ସମ୍ବଲପୁର: ଧାର୍ଯ୍ୟ ହେଲା ନୂଆଖାଇଁ ଲଗ୍ନ । ଆସନ୍ତା ୨୮ ତାରିଖ ସକାଳ ୧୦ଟା ୩୩ରୁ ୧୦ଟା ବାଜି ୫୫ ମିନିଟ ମଧ୍ୟରେ ନବାନ୍ନ ଲାଗି କରାଯିବ ।
ପାରମ୍ପାରିକ ରୀତିନୀତି ଅନୁସାରେ ନନ୍ଦୋତ୍ସବ ଦିନ ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଏ । ଏ ନେଇ ଆଜି ମା’ ସମଲେଇଙ୍କ ପାଇଁ ଧାର୍ଯ୍ୟ କରାଯାଇଛି ନୂଆଖାଇ ଲଗ୍ନ ।
ମା’ ସମଲେଇଙ୍କ ପାଖରେ ନବାନ୍ନ ଲାଗି ପରେ ଭକ୍ତମାନେ ଘରକୁ ଫେରି ପରିବାର ଲୋକଙ୍କ ସହ ନୂଆ ଖାଇଥାନ୍ତି ।