ନୂଆପଡ଼ା: ନୂଆପଡ଼ା ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଛି ଏକ ମୃତଦେହ। ଅଚିହ୍ନା ଯୁବକ ଜଣକ ହତ୍ୟା କରିଥିବା ଆଶଙ୍କା କରାଯାଉଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
ସୂଚନାନୁସାରେ, ସକାଳ ସମୟରେ ସ୍ଥାନୀୟଲୋକେ ରେଳ ଧାରଣାରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ତେବେ ଏବେ ଯାଏ ଏହି ଘଟଣା ସମ୍ବନ୍ଧୀୟ କୌଣସି ଅଧିକ ତଥ୍ୟ ମିଳିପାରିନାହିଁ। ଟ୍ରେନ୍ରେ କଟି ଯୁବକଙ୍କ ମୃତ୍ୟୁ ଘଟିଛି କି ତାଙ୍କୁ କେହି ହତ୍ୟା କରିଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।