ଭୁବନେଶ୍ୱର: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ରାଜେନ୍ଦ୍ର ଢୋଲକିଅଶଙ୍କ ପରଲୋକ ଘଟିଥିବା ସୂଚନା ।
ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ମୃତ୍ୟୁ ଘଟିଥିବା ସୂଚନା ପ୍ରକାଶ ପାଇଛି । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିଲା ।
ଯାହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
୨୦୦୪ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ ରାଜେନ୍ଦ୍ର । ପରବର୍ତ୍ତୀ ନିର୍ବାଚନ ସବୁ ବିଜେଡି ଟିକଟରୁ ଲଢ଼ିଥିଲେ ।
ରାଜେନ୍ଦ୍ର ମୋଟ ୪ ଥର ବିଧାୟକ ହୋଇଥିବାବେଳେ 69 ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛନ୍ତି । ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସରେ ପୋଷ୍ଟ ସେୟାର କରି ଜଣାଇଲେ ସମବେଦନା ।
ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି 🙏
— Mohan Charan Majhi (@MohanMOdisha) September 8, 2025