fbpx

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ମହିଳା ଛାଡ଼ିଲେ ନିଜର ୯ ବର୍ଷର ନର୍ସ ଚାକିରି!

Advertisement

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଥିବା ବେଳେ ନେଇ ଦିନକୁ ଦିନ ନୂଆ ନୂଆ ଘଟଣା ସାମନାକୁ ଆସୁଛି । କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଜଣେ ନର୍ସ ନିଜ ଚାକିରିକୁ ପରିତ୍ୟାଗ କରିଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଏପରି କିଛି ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରୁଛନ୍ତି, ଯେଉଁମାନଙ୍କର ନିଜର ବୋଲି ଏ ଦୁନିଆରେ କେହି ନାହାନ୍ତି । ତେଣୁ ଏପରି ଶବଗୁଡ଼ିକୁ ସଂସ୍କାର କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ନର୍ସ । ଏପରିକି ସେ ଏହି ମହତ କାର୍ଯ୍ୟ କରିବା ପାଇଁ ନିଜର ଚାକିରିକୁ ମଧ୍ୟ ଛାଡ଼ି ଦେଇଥିବା ଜଣାପଡ଼ିଛି । ତେବେ ଉକ୍ତ ମହିଳାଙ୍କ ସ୍ୱାମୀ ମଧ୍ୟ ତାଙ୍କ ସହ ଏହି କାର୍ଯ୍ୟରେ ସାମିଲ ଥିବା ଜଣାପଡ଼ିଛି ।

ମଧୁସ୍ମିତା ପୃସ୍ତି ନାମକ ଜଣେ ମହିଳା କୋଲକତାରେ ନର୍ସ ଚାକିରି କରୁଥିଲେ । ତାଙ୍କର ପତି ଭୁବନେଶ୍ୱରରେ ଅନାଥ ବ୍ୟକ୍ତିଙ୍କ ଶବ ସଂସ୍କାର କରୁଥିଲେ । ତେବେ କରୋନା ସମୟରେ ମଧୁସ୍ମିତା ନିଜର ଚାକିରି ଛାଡ଼ି ଭୁବନେଶ୍ୱର ଆସି ପତିଙ୍କ ସହ ମିଶି ଏହି ମହାନ କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଏପରି ୫୦୦ ଶବ ସଂସ୍କାର କରିସାରିଲେଣି । ଗତ ବର୍ଷ ସେ ୩୦୦ କରୋନା ରୋଗୀଙ୍କ ସଂସ୍କାର ମଧ୍ୟ କରିଥିଲେ । ସେ ଜଣେ ମହିଳା ହୋଇଥିଲେ ମଧ୍ୟ ପତି ଦ୍ୱାରା ପରିଚାଳିତ ଟ୍ରଷ୍ଟ ମାଧ୍ୟମରେ ଏହି କାର୍ଯ୍ୟ କରୁଥିବା ମଧୁସ୍ମିତା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.