fbpx

ଓଏଏସ ସ୍ତରରେ ଏକ ବଡ଼ଧରଣର ବଦଳି, ଭୁବନେଶ୍ୱର ଜେଲ୍‌ ନିର୍ଦ୍ଦେଶାଳୟରେ ଅତିରିକ୍ତ ଆଇଜି ଭାବେ ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ଓଏଏସ୍‌ ସୀତାରାମ ପଟେଲ୍

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାର ବୁଧବାର ଓଏଏସ ଅଫିସରସ୍ତରରେ ଏକ ବଡ଼ଧରଣର ବଦଳି କରିଛନ୍ତି । ୪ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ସମେତ ମୋଟ ୪୩ଜଣ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି । ରାଜସ୍ୱ ଓ ବିର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ତହସିଲଦାର ସ୍ତରରେ ୩୯ଜଣ ଜୁନିୟର ପାହ୍ୟାର ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ପରିବହନ ବିଭାଗକୁ ଡେପୁଟେସନରେ ପଠାଯାଇଥିବାବେଳେ ୯ଜଣଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଛି । ଅନ୍ୟ ଅଫିସରମାନେ ବିଭିନ୍ନ ସ୍ଥାନରେ ତହସିଲଦାର ଭାବେ ବଦଳି ହୋଇଛନ୍ତି ।

ସେହିପରି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍‌ ସୀତାରାମ ପଟେଲଙ୍କୁ ଭୁବନେଶ୍ୱର ଜେଲ୍‌ ନିର୍ଦ୍ଦେଶାଳୟରେ ଅତିରିକ୍ତ ଆଇଜି(ଜେଲ) ଭାବେ ବଦଳି କରାଯାଇଥିବା ବେଳେ ସମ୍ବଲପୁର ମହାନଗର ନିଗମର ପୂର୍ବତନ କମିଶନର ଅନିରୁଦ୍ଧ ପ୍ରଧାନଙ୍କୁ ସମ୍ବଲପୁର ଆରଡିସି କାର୍ଯ୍ୟାଳୟକୁ ବଦଳି କରାଯାଇଛି । ସେ ଅତିରିକ୍ତ ଭାବେ ମା’ ସମଲେଶ୍ୱରୀ ମନ୍ଦିର ଅଂଚଳ ପରିଚାଳନା ଯୋଜନାର ଓଏସଡି ଭାବେ କାର୍ଯ୍ୟ କରିବେ । ସେହିପରି ଗଞ୍ଜାମର ଡେପୁଟି ଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ ଓ ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଡ଼ୁଙ୍କୁ ମାଲକାନଗିରି ଉପଜିଳ୍ଲାପାଳ ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.