ଆନ୍ଦୋଳନରେ OAS ସଂଘ, ତହସିଲ କାର୍ଯ୍ୟାଳୟରେ କାମ ଠପ୍

ଆନ୍ଦୋଳନରେ ଓଏଏସ ସଂଘ । ସରକାରୀ ଅଫିସରେ ଦେଖାନାହାନ୍ତି ସରକାରୀ ବାବୁ । ଖାଁ ଖାଁ ସରକାରୀ ଅଫିସ ।

ଭୁବନେଶ୍ବର: ଆନ୍ଦୋଳନରେ OAS ସଂଘ । ସରକାରୀ ଅଫିସରେ ଦେଖାନାହାନ୍ତି ସରକାରୀ ବାବୁ । ଖାଁ ଖାଁ ସରକାରୀ ଅଫିସ । ଯେଉଁଥିପାଇଁ ହନ୍ତସନ୍ତ ସାଧାରଣ ଲୋକେ ।

OAS ସଂଘର ଆନ୍ଦୋଳନ ପାଇଁ ତହସିଲ କାର୍ଯ୍ୟାଳୟରେ କାମ ଠପ୍ ହୋଇଛି । ରାଜ୍ୟର ବିଭିନ୍ନ ତହସିଲ କାର୍ଯ୍ଯାଳୟକୁ ଲୋକେ ଆସି ହନ୍ତସନ୍ତ ହୋଉଥିବା ଦେଖିବାକୁ ମିଳିଛି । ସରକାରୀ ଅଫିସକୁ ଆସି ସେବା ନ ପାଇ ଫେରୁଛନ୍ତି ଲୋକେ । ଭୁବନେଶ୍ୱର ବିଏମସିର ଡେପୁଟି କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ପରେ ଓଏଏସ ସଂଘ ଆନ୍ଦୋଳନର ଏହା ହେଉଛି ପ୍ରଭାବ ।

ବର୍ତ୍ତମାନ ସ୍କୁଲ ଗୁଡିକରେ ଆଡ଼ମିସନ ସମୟ ହୋଇଥିବା ବେଳେ ବିଭିନ୍ନ ପ୍ରକାର ସାର୍ଟିଫିକେଟର ଦରକାର ପଡୁଛି । ତେଣୁ ଲୋକେ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି । କିନ୍ତୁ ଓଏଏସ ଅଫିସରଙ୍କ ସାମୁହିକ ଛୁଟି ଯୋଗୁଁ ଲୋକେ ବହୁତ ସମସ୍ୟା ଭୋଗୁଛନ୍ତି ବୋଲି କହିଛନ୍ତି କିଛି ଓକିଲ କହିଛନ୍ତି ।