fbpx

ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ; କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ: ସିଭିଲ ସିକ୍ୟୁରିଟି କୋଡ୍ ୨୦୨୩ର ପ୍ରଥମ ନିଷ୍ପତ୍ତି ମଧ୍ୟପ୍ରଦେଶ ହାଇକୋର୍ଟରେ ପ୍ରକାଶ ପାଇଛି। ଆବେଦନକାରୀଙ୍କ ଅଭିଯୋଗ ଉପରେ ନୂଆ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ନରସିଂହପୁରବାସିନ୍ଦା ଅମିଶ ତିୱାରୀ ଗୁରୁଶରଣ ଶର୍ମାଙ୍କ ବିରୋଧରେ ସିଭିଲ ସିକ୍ୟୁରିଟି କୋଡ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି।

ପିଟିସନରେ ଦର୍ଶାଯାଇଛି ଯେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଉପରେ ଗୁରୁଶରଣ ଶର୍ମା ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି। ଏହି ଘଟଣାରେ ପୋଲିସ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଅମିଶ ତିୱାରୀଙ୍କ ଅଭିଯୋଗ ଉପରେ ଏଫଆଇଆର ରୁଜୁ କରିବାକୁ ହାଇକୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଯଦି ଏଫଆଇଆର ରୁଜୁ ହେଉନାହିଁ ତେବେ ଉପଯୁକ୍ତ କାରଣ ଦିଅନ୍ତୁ ଯାହା ଦ୍ୱାରା ଅଭିଯୋଗକାରୀ ଅଦାଲତକୁ ଆସିପାରିବେ।

ବାସ୍ତବରେ ନରସିଂହପୁରନିବାସୀ ଅମିଶ ତିୱାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, ଯେଉଁଥିରେ ଦର୍ଶାଯାଇଥିଲା ଯେ ଗୁରୁଶରଣ ଶର୍ମା ନାମକ ଜଣେ ସନ୍ଥ ତାଙ୍କ ଆରାଧ୍ୟ ତଥା ଗୁରୁ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଉପରେ ଲଗାତାର ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି। ଗୁରୁଶରଣ ଶର୍ମାଙ୍କ ବୟାନ କେବଳ ତାଙ୍କ ଗୁରୁଙ୍କୁ ଅପମାନିତ କରୁନାହିଁ, ବରଂ ତାଙ୍କ ବିଶ୍ୱାସକୁ ମଧ୍ୟ ଆଘାତ ଦେଉଛି।

ଆବେଦନକାରୀଙ୍କ ପକ୍ଷରୁ ଓକିଲ ପଙ୍କଜ ଦୁବେ ଗୁରୁଶରଣ ଶର୍ମାଙ୍କ ବିରୋଧରେ ସିଭିଲ ସିକ୍ୟୁରିଟି କୋଡ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏ ନେଇ ଅମିଶ ତିୱାରୀ ନରସିଂହପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତାଙ୍କ ଅଭିଯୋଗ ଉପରେ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଆବେଦନରେ ଦର୍ଶାଯାଇଛି।

Get real time updates directly on you device, subscribe now.