ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ୨୦୨୩ ପ୍ରଲିମିନାରୀ ପରୀକ୍ଷା ଆସନ୍ତା ୧୫ ତାରିଖ (ରବିବାର) ଦିନ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଆଦି ୫ଟି ଜୋନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଏହା ମଧ୍ୟ ଓଏସସି-୨୦୨୩ ପ୍ରିଲିମ୍ସକୁ ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ଟାଇମଟେବୁଲ ଜାରି କରାଯାଇଛି । ପ୍ରାର୍ଥୀମାନେ ଆସନ୍ତା ୭ ତାରିଖ ଠାରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ।
ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଶିଫ୍ଟରେ ଜେନେରାଲ ଷ୍ଟଡିଜ (ପେପର-୧) ଓ ଦ୍ୱିତୀୟ ଶିଫ୍ଟରେ ଜେନେରାଲ ଷ୍ଟଡିଜ (ପେପର-୨) ପରୀକ୍ଷା ହେବ । ପ୍ରଥମ ଶିଫ୍ଟ ସକାଳ ୧୦ରୁ ଆରମ୍ଭ ହୋଇ ୧୨ଟାରେ ସରିବ ଓ ଦ୍ୱିତୀୟ ଶିଫ୍ଟ ଦ୍ୱିପ୍ରାହ ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପରପରରେ ୧୦୦ଟି ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନ ଆସିବ ଓ ଦ୍ୱିତୀୟ ଶିଫ୍ଟରେ ୮୦ଟି ଏହି ପ୍ରଶ୍ନ ଆସିବ । ଓଏମଆର ଆନସର ଶିଟରେ ପ୍ରାର୍ଥୀମାନେ ଏଡି ପରୀକ୍ଷା ଦେବେ । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୭ରେ ଓଏସିଏସ-୨୦୨୩ ପ୍ରିଲିମ୍ସ ହେବା ନେଇ ପ୍ରଥମେ ସ୍ଥିରୀକୃତ ହୋଇଥିଲା । ମାତ୍ର ବାତ୍ୟା ‘ଦାନା’ କାରଣରୁ ପରବର୍ତ୍ତୀ ସମୟରେ ତାହାକୁ ଡିସେମ୍ବର ୧୫କୁ ଘୁଞ୍ଚାଇ ଦିଆଯାଇଥିଲା ।