fbpx

ସୁନାମ ଆଣିଲେ ଓଡ଼ିଆ ପୁଅ: ଜାତୀୟ ବଡି ବିଲଡିଙ୍ଗ ପ୍ରତିଯୋଗିତାରେ ପ୍ରଥମ ହେଲେ ବୌଦ୍ଧର ବାଦଲ ବେହେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ସ୍ତରର କ୍ରୀଡ଼ାରେ ଜଣେ ଓଡ଼ିଆ ପୁଅ ଚମକିଛନ୍ତି । ସେ ହେଉଛନ୍ତି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅନ୍ତର୍ଗତ ସରସରା ଗ୍ରାମର ବାଦଲ ବେହେରା । ବାଦଲ ଜାତୀୟ ସ୍ତରର ବଡି ବିଲଡିଂ ପ୍ରତିଯୋଗିତାରେ ପ୍ରଥମ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । କେରଳ ଠାରେ ଅନୁଷ୍ଠିତ ହୋଇଥିବା ୭୦ କିଲୋଗ୍ରାମ ବର୍ଗରେ ବାଦଲ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେଣୁ ଅନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ଏସିଆନ ବଡି ବିଲଡିଙ୍ଗ ଚାମ୍ପିୟନଶିପ ୨୦୨୪ ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଆସନ୍ତା ଅଗଷ୍ଟ ମାସ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ହେବାକୁ ଥିବା ବଡି ବିଲଡିଙ୍ଗ ଚାମ୍ପିୟନଶିପରେ ସେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବେ । ଅନ୍ତର୍ଜାତୀୟ ବଡି ବିଲଡିଙ୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ହେଲେ ତାଙ୍କୁ ନିଜସ୍ୱ ଖର୍ଚ୍ଚ ବହନ କରିବାକୁ ପଡ଼ିବ । ଏଥିପାଇଁ ପାଖାପାଖି ୫ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ୁଛି । ତେଣୁ ଆର୍ଥିକ ସମସ୍ୟା କାରଣରୁ ଏହି ଖର୍ଚ୍ଚ ବହନ କରିବା ଏବେ ବାଦଲଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବାଦଲଙ୍କ ବାପା ଜଣେ ଚାଷୀ ହୋଇଥିବାରୁ ଏସିଆନ ଚାମ୍ପିୟନଶିପ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଏତେ ଖର୍ଚ୍ଚ ସଂଗ୍ରହ କରିବା ତାଙ୍କ ପରିବାର ପାଇଁ କଷ୍ଟକର ବ୍ୟାପାର । ତେଣୁ ରାଜ୍ୟ ସରକାର ସହଯୋଗର ହାତ ବଢ଼ାଇଲେ ବୌଦ୍ଧ ଜିଲ୍ଲାର ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିପାରନ୍ତେ ବୋଲି ବାଦଲ କହିଛନ୍ତି ।

Get real time updates directly on you device, subscribe now.