fbpx

ବିଧାନସଭାରେ ଏଥର ରହିବ ପ୍ରଶ୍ନକାଳ

ଭୁବନେଶ୍ୱର, ୨ା୨ (ଓଡିଶା ଭାସ୍କର): ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହ ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବେଶନ । ୧୮ରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଅଧିବେଶନରେ ରହିବ ପ୍ରଶ୍ନକାଳ । କରୋନା କଟକଣା କୋହଳ ହୋଇଥିବା ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହା ସହ ବିଧାନସଭାକୁ ଯିବା ପୂର୍ବରୁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ ବୋଲି କୁହାଯାଇଛି । ଲକ୍ଷଣ ପ୍ରକାଶ ପାଇଲେ ବିଧାୟକମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ । ବିଧାୟକ ଚାହିଁଲେ ଅଫିସର ଭିସି ଯୋଗେ ଉପସ୍ଥିତ ରହିପାରିବେ ବୋଲି ବାଚସ୍ପତି କହିଛନ୍ତି ।

Get real time updates directly on you device, subscribe now.