fbpx
BJD
BJD SKY
BJD SKY

କଂଗ୍ରେସର ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଗର୍ଜିଲେ ଖଡ୍‌ଗେ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି କଂଗ୍ରେସର ‘ଓଡ଼ିଶା ବଞ୍ଚାଅ’ ସମାବେଶ। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଯୋଗ ଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦିନିକିଆ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଶିବିରରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଖଡ୍‌ଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ତେବେ ଆଜିର କାର୍ଯ୍ୟକ୍ରମରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ଖଡ୍‌ଗେଙ୍କ ଭାଷଣ ଶୁଣିବା ପରେ ସେହି ବାର୍ତ୍ତା ରାଜ୍ୟର ଗାଁ ଗହଳି ପର୍ୟ୍ୟନ୍ତ କିଭଳି ଯିବ, ଦଳ ସେ ନେଇ ଖସଡ଼ା ପ୍ରସ୍ତୁତ କରିଛି। ତେବେ ‘ଓଡିଶା ବଞ୍ଚାଅ’ ସମାବେଶ ଜରିଆରେ ୩୦ ଜିଲ୍ଲାର କର୍ମୀଙ୍କୁ ଏକାଠି କରିବାରେ ସକ୍ଷମ ହୋଇଛି କଂଗ୍ରେସ। ଓଡିଶା ରାଜନୀତିରେ ଖଡ୍‌ଗେଙ୍କ ଏହି ଗସ୍ତ କେତେ ପ୍ରଭାବ ପକାଇବ ତାହା ସମୟ କହିବ।

 

Get real time updates directly on you device, subscribe now.