fbpx

IND vs ENG: ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ, ଦଳରେ ସ୍ଥାନ ପାଇଲେ ସରଫରାଜ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍ ରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଫେବ୍ରୁଆରି ୨ରୁ ବିଶାଖାପାଟଣାରେ ଏହି ମ୍ୟାଚ୍ ଖେଳାଯିବ । ହାଇଦ୍ରାବାଦ ଟେଷ୍ଟର ଚତୁର୍ଥ ଦିନରେ ରବୀନ୍ଦ୍ର ଜାଡେଜା ହାମଷ୍ଟ୍ରିଙ୍ଗରେ ଆଘାତ ପାଇଥିବା ବେଳେ କେଏଲ୍ ରାହୁଲ ମଧ୍ୟ ଡାହାଣ ଗୋଡ଼ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଉଭୟ ଖେଳାଳିଙ୍କ ଉପରେ ବିସିସିଆଇ ଡାକ୍ତରୀ ଦଳ ନଜର ରଖିଛନ୍ତି। ଚୟନ କମିଟି ସର୍ଫରାଜ ଖାନ୍, ସୌରଭ କୁମାର ଓ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରିଛି ।

ଭାରତ-ଏ’ରେ ୱାସିଂଟନ ସୁନ୍ଦରଙ୍କ ସ୍ଥାନରେ ସରଂଶ ଜୈନଙ୍କୁ ସାମିଲ କରାଯାଇଛି । ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜୈସୱାସ, ଶ୍ରେୟସ ଆୟର, କେଏସ୍ ଭରତ (ୱିକେଟ୍ ରକ୍ଷକ), ଧ୍ରୁବ ଜୁରେଲ (ୱିକେଟ୍ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମ୍ରା (ଉପ-ଅଧିନାୟକ), ଆବେଶ ଖାନ୍, ରଜତ ପଟିଦାର, ସରଫରାଜ ଖାନ୍, ୱାଶିଂଟନ ସୁନ୍ଦର, ସୌରଭ କୁମାର ।

Get real time updates directly on you device, subscribe now.