ଖାଦ୍ୟ ଖୋଜି ଖୋଜି ଗଛ ଉପରେ ଭାଲୁ: କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନବରଙ୍ଗପୁର: ଗଛ ଉପରେ ଭାଲୁ । ଖାଦ୍ୟ ଅନ୍ୱେଷଣରେ ଆସିଥିବା ଭାଲୁ ଜଙ୍ଗଲକୁ ଫେରି ନପାରି ଶାଳ ଗଛ ଉପରେ ଚଢି ରହିଛି । ଭାଲୁଟି ଆଜି ସକାଳୁ ଗଛ ଉପରେ ରହିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଜୁହାପାଣି ଗ୍ରାମରୁ ଏହି ଖବର ଆସିଛି । ଖାଇବା ଖୋଜିଖୋଜି ରାତିରେ ଗାଁ ଭିତରକୁ ପସି ଆସିଥିବା ଭାଲୁ ସକାଳ ହୋଇଯିବାରୁ ଲୋକଙ୍କୁ ଦେଖି ଜଙ୍ଗଲକୁ ଫେରି ନପାରି ଗଛ ଉପରକୁ ଚଢିଯାଇଥିଲା ।

ପରେ ଭାଲୁଟି ଗଛରେ ଚଢି ରହିଥିବା ଦେଖି ସ୍ଥାନୀୟ ଲୋକେ ପ୍ରଥମେ ତାକୁ ଗଛେରୁ ଓଲ୍ଲାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହା ପରେ ସେମାନେ ଜଙ୍ଗଲ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଭାଲୁଟି ଗଛରେ ବହୁ ଉପରକୁ ଚଡିଯାଇଥିବାରୁ ଅଧିକାରୀମାନେ ଆସି ତାକୁ ଓଲ୍ଲାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଗଛରୁ ତଳକୁ ଆସି ନଥିଲା । ମହୁଲ ଖାଇବାକୁ ଆସି ଭାଲୁଟି ଗଛ ଉପରେ ରହିଯାଇଥିବା କୁହାଯାଉଛି ।

ଆଜି ରାତିରେ ଯଦି ଭାଲୁଟି ଜଙ୍ଗଲୁ ନଫେରିଯାଏ । ତେବେ ବିକଳ୍ପ ବ୍ୟସ୍ଥା କରାଯିବ ବୋଲି ଜଙ୍ଗଲ ଅଧିକାରୀ କହିଛନ୍ତି । ସମ୍ପୃକ୍ତ ଅଞ୍ଚଳକୁ ନିୟମିତ ଭାବରେ ଭାଲୁ ପସି ଆସୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଜଙ୍ଗଲ ଅଧିକାରୀ କହିଛନ୍ତି । ଭାଲୁଟି ଭୟଭିତ ଅବସ୍ଥାରେ ଥିବାରୁ ଆଖ ପାଖ ଅଞ୍ଚଳରୁ ଲୋକଙ୍କୁ ହଟାଇ ଦିଆଯାଇଛି ।