ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ଜୋର ଧରିଲା ଚର୍ଚ୍ଚା । ଓଡିଶା ବିଜେପିର ଟ୍ବିଟର ହେଣ୍ଡେଲରେ ନବୀନ ପଟ୍ଟନାୟକଙ୍କ ବିକୃତ ଫଟୋକୁ ଦେଖି ନିନ୍ଦା କରିଛି ବିଜେଡି । ଓଡିଶାରେ ଆଳୁ ସଙ୍କଟ ପାଇଁ ନବୀନଙ୍କୁ ଦାୟି କରିଛି ଶାସକ ଦଳ । ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ ଏକ ଫଟୋ ସେୟାର କରି ବିଜେପି ଲେଖିଛି ଯେ, “୨୦୧୫ ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ ।”
ରାଜନୀତିରେ ଆରୋପ ପ୍ରତ୍ୟାରୋପ ଏକ ସାଧାରଣ କଥା ହୋଇଥିବା ବେଳେ ବିଜେପିର ଏଭଳି ଫଟୋକୁ ନେଇ ସମସ୍ତ ବିଜେଡି ନେତା ନିନ୍ଦା କରିଛନ୍ତି । ବିଜେପିର ଏହି ପୋଷ୍ଟକୁ ରିପୋଷ୍ଟ କରି କଡା ସମାଲୋଚନା କରିଛନ୍ତି । ବିଜେଡି ସାଂସଦ ମାନ, ମଙ୍ଗରାଜ ଏଭଳି ପୋଷ୍ଟ କରି ଲେଖିଛନ୍ତି, ନବୀନଙ୍କ ଭଳି ନେତାଙ୍କୁ ବିଜେପିର ଏଭଳି ସମାଲୋଚନାକୁ ଆଦୌ ଗ୍ରହଣ କରାଯିବ ନାହିଁ । ରାଜନୀତିରେ ସମାଲୋଚନା ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ରହିବା ଉଚିତ ବୋଲି ସେ କହିଛନ୍ତି । ସେହିପରି ଚାରିକୋଟି ଲୋକଙ୍କ ଆଦର ଜନନେତା ତଥା ମୁଖ୍ୟମନ୍ତ୍ରୀ ଭାବରେ ୨୪ ବର୍ଷ କାର୍ଯ୍ୟ କରିଥିବା ଜଣେ ଜନନାୟକଙ୍କ ପ୍ରତି ଏପରି ଅଶୋଭନୀୟ ଆଚରଣ ଗ୍ରହଣୀୟ ନୁହେଁ ବୋଲି ସସ୍ମିତ ପାତ୍ର କହିଛନ୍ତି । ଅନ୍ୟପଟେ ଟ୍ବିଟରରେ ମଧ୍ୟ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
୨୦୧୫ ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ । pic.twitter.com/XmVJ1Iqzv7
— BJP Odisha (@BJP4Odisha) December 12, 2024