fbpx

ଓଡ଼ିଶା ବଜେଟ୍ ୨୦୨୩-୨୪: ବ୍ୟୟ ବରାଦ ୨ ଲକ୍ଷ ୩୦ ହଜାର କୋଟି, ଜାଣନ୍ତୁ ସରକାରଙ୍କ ଆୟ ବ୍ୟୟର ହିସାବ

Advertisement

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଶୁକ୍ରବାର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ରାଜ୍ୟ ସରକାର ଏହାକୁ ଜନକଲ୍ୟାଣକାରୀ ବଜେଟ୍ କହିଥିବା ବେଳେ ଏଥିରେ ଅଭିବୃଦ୍ଧି, ବିକାଶ ଭିତ୍ତିଭୂମି ଏନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଏହି ବଜେଟ୍ ଗତବର୍ଷ ୨୦୨୨-୨୩ ବଜେଟ୍ ତୁଳନାରେ ପ୍ରାୟ ୧୫ ପ୍ରତିଶତ ଅଧିକ । ଏଥିରେ କୃଷି ବଜେଟ୍ ଏବଂ ସାଧାରଣ ବଜେଟ୍ ସାମିଲ ରହିଛି ।

୨୦୨୩-୨୪ ବଜେଟ୍‌ରେ ପ୍ରଶାସନିକ ଖର୍ଚ୍ଚ ୯୪ ହଜାର କୋଟି ଟଙ୍କା ରହିଛି। ସେଥିରୁ ଦରମା ପାଇଁ ୩୨,୪୪୯ କୋଟି ଟଙ୍କା, ପେନସନ ପାଇଁ୧୯,୯୬୭ କୋଟି ଟଙ୍କା, ସୁଧ ଦେୟ ବାବଦକୁ ୭,୨୪୧ କୋଟି ଟଙ୍କା ଏବଂ ପୁଞ୍ଜି ସଂପତ୍ତିର ରକ୍ଷଣାବେକ୍ଷଣ ପାଇଁ ୧୩,୪୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବାକି ଅର୍ଥ ସବୁ ବିଭିନ୍ନ ଯୋଜନାରେ ଖର୍ଚ ହେବ।

ତେବେ ଏହି ବ୍ୟୟ ଅଟକଳ ପାଇଁ ବୟୟ ଅଟକଳ ପାଇ ମୁଖ୍ୟତଃ ରାଜସ୍ବ ପ୍ରାପ୍ତି ରୁ ୧ ଲକ୍ଷ ୮୪ ହଜାର ୫ ଶହ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟନ୍ୟ ବାବଦରୁ ମିଳବିାକୁ ଥିବା ୪୫ ଜାର ୫ ଶହ କୋଟି ଟଙ୍କାରୁ ଭରଣା କରାଯିବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇ ଆକଳିତ ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରୁ କେନ୍ଦ୍ରୀୟ ଟିକସର ରାଜସ୍ୱ ଅଂଶ ଭାବେ ୪୬ ହଜାର ୨ ଶହ ୫୧ କୋଟି ଟଙ୍କା, ରାଜ୍ୟର ରାଜସ୍ୱ ଟିକସ ୫୩ ଜାର ହଜାର କୋଟି ଟଙ୍କା, ନିଜସ୍ଵ ଅଣଟିକସ ରାଜସ୍ୱ ୫୨ ହଜାର ୫ ସହ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ବାବଦକୁ ୩୨ ହଜାର ୭ ଶହ ୪୯ କୋଟି ଟଙ୍କାସାମିଲ।

 

Get real time updates directly on you device, subscribe now.