fbpx

ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାଛିବେ କ୍ୟାବିନେଟ ମନ୍ତ୍ରୀ: ରାଜନାଥ-ଭୂପେନ୍ଦ୍ରଙ୍କୁ ମିଳିଲା ପ୍ରମୁଖ ଦାୟିତ୍ୱ

Advertisement

ଭୁବନେଶ୍ୱର: ଓଡିଶାରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ଏନେଇ ଅନେକ ସସପେନ୍ସ ବଢିବାରେ ଲାଗିଛି । ଧର୍ମେନ୍ଦ୍ର ପ୍ରଧାନ ମୋଦୀ କ୍ୟାବିନେଟର ସଦସ୍ୟତା ହାସଲ କରିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ତେବେ ଓଡିଶାର କେଉଁ ବିଧାୟକଙ୍କୁ ଦିଆଯିବ ରାଜ୍ୟର ଶାସନ ଭାର, ସେଥିପାଇଁ ପ୍ରଧାନମନ୍ତ୍ରୀ ନୂଆ କ୍ୟାବିନେଟର ୨ ପ୍ରମୁଖ ମନ୍ତ୍ରୀଙ୍କ ଉପରେ ଦାୟିତ୍ୱ ଦେଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ବାଛିବା ନେଇ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛି ବିଜେପିର ସଂସଦୀୟ ବୋର୍ଡ ।

ମୋଦୀ କ୍ୟାବିନେଟ ୩.୦ର ଏହି ଦୁଇ ନେତା ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଓଡିଶା ଆସି ରାଜ୍ୟ ବିଜେପିର ବିଧାୟକ ବୈଠକରେ ସାମିଲ ହେବେ । ଆସନ୍ତା ୧୧ ତାରିଖରେ ନବ ନିର୍ବାଚିତ ବିଧାୟକ ଦଳର ବୈଠକ ବସିବ । ସେଠାରେ ବିଧାୟକ ମାନଙ୍କ ସହ ଆଲୋଚନା କରିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କେଉଁ ବିଧାୟକଙ୍କ ନାମରେ ମୋହର ବାଜିବ ଏବେ ସେ ନେଇ ଆଲୋଚନା ହେଉଥିବା ବେଳେ ଏହାର ନିଷ୍ପତ୍ତି କ୍ୟାବିନେଟର ଏହି ପ୍ରମୁଖ ନେତାଙ୍କ କାନ୍ଧ୍ରରେ ନ୍ୟସ୍ତ ହୋଇଛି ।

ଏହା ପରେ ଆସନ୍ତା ୧୨ ତାରିଖ ଦିନ ଭୁବନେଶ୍ୱର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏବେ ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଲାଗି ରହିଛି । ଏହି ଦୌଡରେ ରହିଛନ୍ତି , ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସୁରେଶ ପୂଝାରିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥି ସହିତ ଉପମୁଖ୍ୟ ମନ୍ତ୍ରୀ ପଦ ପାଇଁ ମଧ୍ୟ ଅନେକ ଆଲୋଚନା ଲାଗି ରହିଛି । ଏହି ରେସରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ଜୟନାରୟଣ ମିଶ୍ର, କେ ଭି ସିଂଦେଓଙ୍କ ନାମ ମଧ୍ୟ ଆଲୋଚନା କରାଯାଉଛି ।

Get real time updates directly on you device, subscribe now.