ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ମୋହନ ମାଝୀ, ଧାନ ସଂଗ୍ରହ ଲକ୍ଷ୍ୟ ବୃଦ୍ଧି ଏବଂ ସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବା ପାଇଁ ଦେଲେ ପ୍ରସ୍ତାବ
କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ବର୍ତ୍ତମାନ ସମୟରେ ନୂଆଦିଲ୍ଲୀ ଗସ୍ତରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଆଜି ସେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି । ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏକ୍ସରେ ସୂଚନା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ସଂସଦରେ ସାକ୍ଷାତ କରିଲି । ସେ KMS 2024-25 ପାଇଁ ରାଜ୍ୟର ରେକର୍ଡ ଧାନ ସଂଗ୍ରହ ବିଷୟରେ ମୋତେ ଅବଗତ କରାଇଥିଲେ ।
ଏଫସିଆଇ ଦ୍ବାରା ଧାନ ସଂଗ୍ରହ ଲକ୍ଷ୍ୟ ବୃଦ୍ଧି ଏବଂ ସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ମୁଁ ପ୍ରସ୍ତାବଗୁଡ଼ିକୁ ଯାଞ୍ଚ କରିବା ଏବଂ ଏହାର ସମ୍ଭାବ୍ୟତା ମୂଲ୍ୟାଙ୍କନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ମଧ୍ୟ ମନ୍ତ୍ରୀ କହିଛନ୍ତି ।
ତେବେ ଆଜିର ସାକ୍ଷାତାକାର ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ,ସାଂସଦ ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ରହିିଥିଲେ ।
ଆମେ ଆମର ଚାଷୀମାନଙ୍କୁ ସମର୍ଥନ କରିବା ଏବଂ ରାଜ୍ୟ ସାରା ସମୟସୀମା, ଦକ୍ଷ କ୍ରୟ ଏବଂ ବଣ୍ଟନ ସୁନିଶ୍ଚିତ କରିବା ପାଇଁ ଦୃଢ଼ ପ୍ରତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ରହିଛନ୍ତି । ତେବେ ଆସନ୍ତା 17 ତାରିଖରେ ମୋଦୀଙ୍କ ଜନ୍ମଦିନ ରହିଥିବା ବେଳେ ସେ 75ତମ ଜନ୍ମଦିନ ଓଡ଼ିଶାରେ କରିବା ପାଇଁ ନିମନ୍ତ୍ରଣ କରିବା ନେଇ ମଧ୍ୟ ସୂଚନା ରହିଛି ।