fbpx

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ:ଜାଣନ୍ତୁ କେତେ ଚାଷ ଜମି ଉଜାଡ଼ିଲା ବନ୍ୟା

ଭୁବନେଶ୍ୱର: ଆସିଲା ଚଳିତ ବନ୍ୟା କ୍ଷୟକ୍ଷତି ରିପୋର୍ଟ । ବର୍ଷା ଆସି ଯିବା ପରେ ଯେଉଁ କଷ୍ଟ ଦେଇଯାଇଛି ତାହାର ଆକଳନ ରିପୋର୍ଟ ବର୍ତ୍ତମାନ ସାମ୍ନାକୁ ଆସିଛି । ବନ୍ୟାରେ ୧.୨୦ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏହା ସହିତ ବନ୍ୟା ଏବଂ ବନ୍ୟା ପାଣିରେ ୨୪ଟି ଜିଲ୍ଳାର ଚାଷୀ ପ୍ରଭାବିତ ହୋଇଛନ୍ତି । ଏହା ସହିତ ୧୦ ଟି ଜିଲ୍ଲାର ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଚଳିତ ବନ୍ୟାରେ ଜଗତସିଂହପୁର,କେନ୍ଦ୍ରପଡା ଓ ପୁରୀର ସର୍ବାଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ଜଗତସିଂହପୁରରେ ୨୪୨୦ ହେକ୍ଟର ଚାଷ ଜମୀ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ବର୍ଷା ଏଥର କାହିଁ କେତେ ଲୋକଙ୍କର ଘର ସଂସାର ଉଜାଡି ଦେଇଛି । ବର୍ଷା ପାଇଁ ଧନ ଜୀବନ ମଧ୍ୟ ନଷ୍ଟ ହୋଇଛି । ଘରର କାନ୍ଥ ପଡି ବହୁ ଲୋକ ପ୍ରାଣ ହରାଇଥିବା ବେଳେ ପାଣିରେ ବୁଢି ମଧ୍ୟ ଅନେକ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି ।

Get real time updates directly on you device, subscribe now.