fbpx

ପରିବାର ଏବଂ ସାଙ୍ଗ ପାଇଁ ଲେଖିଲେ କିଛି ଏପରି କଥା: ଏହାପରେ ଆତ୍ମହତ୍ୟା କଲେ ଅଭିନେତ୍ରୀ

ଦକ୍ଷିଣକୋରିଆ: ଦକ୍ଷିଣକୋରିଆର ରାଇସିଙ୍ଗ ଅଭିନେତ୍ରୀ ୟୁ-ଜୁ-ଉନ୍ ଗତକାଲି ରାତିରେ ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ତେବେ ଏହି ଅଭିନେତ୍ରୀ ମୃତ୍ୟୁ ପୂର୍ବରୁ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ଭାବ ବିହ୍ୱଳପୂର୍ଣ୍ଣ ସୁସାଇଟ୍ ନୋଟ ଲୋଖିଥିବା ଜଣା ପଡିଛି । ତେବେ ଦକ୍ଷୀଣ କୋରିଆର ନ୍ୟୁଜ ପୋର୍ଟାଲ ସୋମ୍ପିର ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ୟୁ-ଜୁ-ଉନ୍ ନିଜ ସୁସାଇଟ୍ ନୋଟରେ ଲେଖିଛନ୍ତି ଯେ ସେ ଗତ କିଛି ଦିନ ହେବ ଆତ୍ମ ହତ୍ୟା କରିବାକୁ ଚାହୁଁଥିଲେ । ତେବେ ସେ କେଉଁ କାରଣ ପାଇଁ ଏଭଳି ଏକ ଚରମ ନିଷ୍ପତି ନେଲେ ତାହା କିନ୍ତୁ ଜଣା ପଡିନାହିଁ ।

୨୦୧୮ ମସିହାରେ ବିଗ ଫରେଷ୍ଟ ଶୋରୁ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଦକ୍ଷୀଣ କୋରିଆର ରାଇସିଙ୍ଗ ଅଭିନେତ୍ରୀ ୟୁ-ଜୁ-ଉନ୍ ସୁସାଇଟ୍ ନୋଟରେ ତାଙ୍କ ବାପା, ମା, ଜେଜେମା ଏବଂ ବଡ ଭାଇଙ୍କୁ କ୍ଷମା ମାଗିଛନ୍ତି । ଏଥିସହିତ ସେ ମାନସିକ ଚିନ୍ତା ଏବଂ ଅବସାଦରେ ଥିବା ସହ ସେ ଆଉ ବଞ୍ଚିବାକୁ ଚାହୁଁ ନଥିବା ସୁସାଇଟ୍ ନୋଟରେ ଲେଖିଛନ୍ତି । ତେବେ ଅଭିନେତ୍ରୀ ୟୁ-ଜୁ-ଉନ୍ ଙ୍କ ଶେଷ ଇଚ୍ଛା ପୂର୍ଣ୍ଣ କରିବାକୁ ଯାଇ ପରିବାର ଲୋକେ ତାଙ୍କ ସୁସାଇଟ୍ ନୋଟକୁ ସାର୍ବଜନୀନ କରିଛନ୍ତି ।

ଅଭିନେତ୍ରୀ ୟୁ-ଜୁ-ଉନ୍ ସୁସାଇଟ୍ ନୋଟରେ ନିଜ ମନ କଥା ଲେଥିବା ସହ ସେ କିଛି ଦିନ ହେବ ଚିନ୍ତା ଏବଂ ଅବସାଦରେ ରହୁଥିବା ଲେଖିଥିଲେ । ଏଥିସହିତ ସେ ବଞ୍ଚିବାକୁ ଚାହୁଁ ନଥିବା ମଧ୍ୟ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ ତାଙ୍କ ସାଙ୍ଗ ସାଥୀଙ୍କ ପାଇଁ କିଛି ଭାବ ବିହ୍ୱଳ ପୂର୍ଣ୍ଣ କଥା ମଧ୍ୟ ଲେଖିଥିଲେ । ତେବେ ୟୁ-ଜୁ-ଉନ୍ ବିଗ୍ ଫରେଷ୍ଟ, ଜୋସିୟନ ସୱାଇୱଲ ପିରିୟଡ ପରି ଟିଭି ଶଓ ରେ ଅଭିନୟ କରିଥିଲେ ।

ଅଭିନେତ୍ରୀ ୟୁ-ଜୁ-ଉନ୍ ଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସମାନେ ଏହି ଖବରକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ତେବେ ଅଭିନେତ୍ରୀ ୟୁ-ଜୁ-ଉନ୍ ଙ୍କ ମୃତ୍ୟୁକୁ ନେଇ ସେମାନେ ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଏଥି ସହିତ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

 

Get real time updates directly on you device, subscribe now.