fbpx

କେଜ୍ରିଓ୍ଵାଲଙ୍କ ଉପରେ ବର୍ଷିଲେ ଆନ୍ନା ହଜାରେ, କହିଲେ- ବନ୍ଦ କର ମଦ ଦୋକାନ

ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ଦ କର ମଦ ଦୋକାନ କେଜ୍ରିଓ୍ଵାଲ। ସ୍ଵରାଜ ପୁସ୍ତକରେ ବଡ ବଡ କଥା କହିଥିଲ, ମାତ୍ର ତୁମ ଆଚରଣରେ ଏହାର ପ୍ରଭାବ ପଡିନାହିଁ। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ରାଜନୈତିକ ଗୁରୁ କୁହାଯାଉଥିବା ଆନ୍ନା ହଜାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ଏମିତି ଶବ୍ଦରେ ଚିଠି ଲେଖି ବର୍ଷିଛନ୍ତି। ସେ ଚିଠିରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀରେ ମଦ ଦୋକାନ ବନ୍ଦ କରିବାକୁ କହିଛନ୍ତି। ଏପରିିକି କେଜ୍ରିଓ୍ଵାଲଙ୍କ ଆଚରଣ ଉପରେ ମଧ୍ୟ ପ୍ରଶ୍ନ ଉଠାଛନ୍ତି ହଜାରେ। ଆନ୍ନା ହଜାରେ ନିଜର ଚିଠିରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, ଆପଣ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ମୁଁ ଆପଣଙ୍କୁ ଚିଠି ଲେଖୁଛି। ଗତ ଅନେକ ଦିନରୁ ଦିଲ୍ଲୀ ସରକାରଙ୍କ ମଦ ନୀତିକୁ ନେଇ ଯେଉଁ ଖବର ଆସୁଛି ତାହା ପଢି ଦୁଃଖ ଲାଗୁଛି।

ଆନ୍ନା ହଜାରେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଗାଓଁ କି ଔର ଚଲୋ ବିଚାରରେ ପ୍ରେରିତ ହୋଇ ମୁଁ ନିଜର ଜୀବନ ଗାଁ, ସମାଜ ଏବଂ ଦେଶ ପାଇଁ ସମର୍ପିତ କରିଛି। ଗତ ୪୭ ବର୍ଷ ଧରି ଗାଁ ବିକାଶ ପାଇଁ କାମ କରୁଛି ଏବଂ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରୁଛି। କେଜ୍ରିଓ୍ଵାଲଙ୍କୁ ପୁରୁଣା ଦିନ ମନେ ପକାଇ ଆନ୍ନା ହଜାରେ କହିଛନ୍ତି, ଆପଣ ମୋ ଗାଁ ରାଲେଗଣ ସିଦ୍ଧି ଆସି ସାରିଛନ୍ତି। ଆପଣ ଏଠାରେ ମଦ, ବିଡି, ସିଗାରେଟ୍ ଆଦି ଉପରେ କଟକଣାକୁ ପ୍ରଶଂସା କରିଥିଲେ। ରାଜନୀତିକୁ ଆସିବା ପୂର୍ବରୁ ଆପଣ ସ୍ଵରାଜ ନାମରେ ଏକ ପୁସ୍ତକ ଲେଖିଥିଲେ। ଏହି ପୁସ୍ତକରେ ଆପଣ ଗ୍ରାମସଭା, ମଦ ନୀତି ବିଷୟରେ ବଡ ବଡ କଥା ଲେଖିଥିଲେ। ତେଣୁ ଆପଣଙ୍କଠାରେ ବହୁତ ଆଶା ଥିଲା, ମାତ୍ର ରାଜନୀତିରେ ପ୍ରବେଶ କରି ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ ନିଜର ଆଦର୍ଶ ବିଚାରଧାରାକୁ ଭୁଲିଗଲେ।

ଆନ୍ନା ହଜାରେ ଲେଖିଛନ୍ତି, ୧୦ ବର୍ଷ ପୂର୍ବେ ୨୦୧୨ ସେପ୍ଟେମ୍ବର ୧୮ରେ ଦିଲ୍ଲୀରେ ଟିମ୍ ଆନ୍ନାଙ୍କ ସଦସ୍ୟଙ୍କ ମିଟିଂ ହୋଇଥିଲା। ସେହି ସମୟରେ ଆପଣ ରାଜନୀତି ରାସ୍ତା ଆପଣେଇବେ ବୋଲି କହିଥିଲେ। ମାତ୍ର ଆପଣ ଭୁଲିଗଲେ ଯେ, ରାଜନୈତିକ ଦଳ ଗଠନ କରିବା ଆମର ଉଦ୍ଦେଶ୍ୟ ନଥିଲା। ସେହି ସମୟରେ ଆନ୍ନାଙ୍କ ଦଳ ପ୍ରତି ଲୋକଙ୍କ ଭରସା ଥିଲା। ଆମକୁ ଲୋକ ଶିକ୍ଷଣୀୟ ଏବଂ ଜନସଚେତନତା କାର‌୍ୟ୍ୟକ୍ରମ କରାଯିବା ଉଚିତ୍। ଯଦି ଲୋକ ଶିକ୍ଷଣୀୟ କାମ ହୋଇଥାନ୍ତା ତେବେ ଦେଶରେ କେଉଁଠି ବି ମଦ ନୀତି ହୋଇନଥାନ୍ତା ବୋଲି ଆନ୍ନା ହଜାରେ କହିଛନ୍ତି।

Get real time updates directly on you device, subscribe now.