fbpx

ରଜ ଭେଟି ଦେଲେ ରାଜ୍ୟ ସରକାର: ସରକାରୀ କର୍ମଚାରୀଙ୍କ ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

Advertisement

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରଜ ପୁର୍ବରୁ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଫଳରେ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଜାନୁଆରୀ ୨୦୨୩ରୁ ପିଛିଲା ଭାବେ ଲାଗୁହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଜୁନ୍ ମାସ ଦରମା ନଗଦ ଆକରରେ ମିଳିବ ।

ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ଚାରି ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଜୁନ୍ ମାସରେ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହାଦ୍ୱାରା ପ୍ରାୟ ସାଢେ ସତ ଲକ୍ଷ କର୍ମଚାରୀ ଓ ପେନ୍‌ସନ ଭୋଗୀ ଉପକୃତ ହେବେ ।

Get real time updates directly on you device, subscribe now.