fbpx

ହବିଷ୍ୟାଳି ଯୋଜନା; ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟୟବରାଦ, ଜାଣନ୍ତୁ କେତେ ଟଙ୍କା..

ପୁରୀ(ଓଡିଶା ଭାସ୍କର): ପାଖେଇ ଆସୁଛି କାର୍ତ୍ତିକ ବ୍ରତ । କର୍ତ୍ତିକ ବ୍ରତ ପାଳନ କରିବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ସରକାର କହିଛନ୍ତି । ପୁରୀରେ କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ଟଙ୍କା ଅନୁମୋଦନ ହୋଇଛି । 2 କୋଟି 57 ଲକ୍ଷ 50 ହଜାର ଟଙ୍କା ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର ।  ଅକ୍ଟୋବର 18 ତାରିଖରୁ କାର୍ତ୍ତିକ ମାସ ଆରମ୍ଭ ହେଉଥିବା ବେଳେ ପୁରୀରେ ହବିଷ୍ୟାଳୀଙ୍କ 1ମାସର ରହଣୀ ପାଇଁ ବ୍ୟବସ୍ଥା କରାଯିବ ।  ହବିଷ୍ୟାଳିଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି ।  ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ , ଭଜନ କିର୍ତ୍ତନ ଭଳି ସାଂସ୍କୃତିକ କାର୍ଯ୍ୟକୁ ସୁସଂଗଠିତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ।

ତେବେ ଯେଉଁ ହବିଷ୍ୟାଳିମାନେ ଏହି ଯୋଜନାରେ କାର୍ତ୍ତିକ ବ୍ରତ କରିବା ପାଇଁ ଆସିବେ ସେମାନଙ୍କୁ ପ୍ରଥମେ ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ତେବେ ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଆଗ୍ରହୀମାନେ ଅନ୍‌‌ଲାଇନ ଲିଙ୍କ୍‌‌ https://edistrict.odisha.gov.in ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ। ନଚେତ୍‌‌ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ହବିଷ୍ୟାଳୀ ଯୋଜନାରେ ୨ ହଜାର ୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି ।

 

Get real time updates directly on you device, subscribe now.