fbpx

ଓଡ଼ିଶା ହାଇକୋର୍ଟ ଡାଟା ଏଣ୍ଟ୍ରି ଅପରେଟର ଭାଷା ପରୀକ୍ଷା ଫଳାଫଳ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ତରଫରୁ ଗତ ବର୍ଷ ଡିସେମ୍ବର ମାସରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଡିସେମ୍ବର ମାସ ୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ଏହି ପଦ ପାଇଁ ନିକଟରେ ପ୍ରିଲିମିନାରୀ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଥିଲା ।

ତେବେ ଏହା ମଧ୍ୟରେ ଏହି ପଦର ଭାଷା ପରୀକ୍ଷା ରେଜଲ୍ଟ ଘୋଷଣା କରାଯାଇଛି । ଗତ ୭ ତାରିଖରେ ଅନୁଷ୍ଠିତ ହୋଇଥିବା ଭାଷା ପରୀକ୍ଷାରେ ମୋଟ ୭୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନେ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆସନ୍ତା ୨୦ ତାରିଖ (ରବିବାର) ସକାଳ ୮.୩୦ରୁ ୯.୩୦ ମଧ୍ୟରେ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟର ନ୍ୟୁ କନଫରେନ୍ସ ହଲରେ କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ କରାଯିବ । ପ୍ରାର୍ଥୀମାନେ ୧୨ରୁ ୨୦ ତାରିଖ ମଧ୍ୟରେ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ୨୦ ତାରିଖ ଦିନ କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟର ଫଳାଫଳ ଘୋଷଣା କରାଯିବା ସହ ମଧ୍ୟାହ୍ନ ୧୨ଟା ସମୟରେ ମୁଖ୍ୟ ପରୀକ୍ଷା (ଟାଇପିଂ ଟେଷ୍ଟ) କରାଯିବ ।

ପ୍ରିଲିମିନାରୀ ରେଜଲ୍ଟ ଲିଙ୍କ: https://www.orissahighcourt.nic.in/recruitment-corner-pdf-view/200/

Get real time updates directly on you device, subscribe now.