fbpx

ଜେଇଇ ଆଡଭାନ୍ସଡ ୨୦୨୪ ରେଜିଷ୍ଟ୍ରେସନ ଶିଡ୍ୟୁଲ ସଂଶୋଧନ: ଘୋଷଣା ହେଲା ନୂଆ ତାରିଖ

ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସଡ ୨୦୨୪ ରେଜିଷ୍ଟ୍ରେସନ ଶିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଆବେଦନ ପ୍ରକ୍ରିୟା ଏପ୍ରିଲ ୨୧ରୁ ଆରମ୍ଭ ହେବାର ଥିଲା । ମାତ୍ର ଏବେ ଉକ୍ତ ତାରିଖ ବଦଳି ଯାଇଛି । ତେବେ ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହି ପରୀକ୍ଷା ଆଇଆଇଟି ମାଡ୍ରାସ ତରଫରୁ ଆୟୋଜନ କରାଯିବ । ଜାରି ହୋଇଥିବା ସଂଶୋଧିତ ଶିଡ୍ୟୁଲ ଅନୁସାରେ, ଜେଇଇ ଆଡଭାନ୍ସ ୨୦୨୪ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଏପ୍ରିଲ ୨୭ରୁ ଆରମ୍ଭ ହୋଇ ମେ ୭ରେ ସରିବ । ପୂର୍ବରୁ ଆବେଦନ ପ୍ରକ୍ରିୟା ଏପ୍ରିଲ ୨୧ରୁ ଆରମ୍ଭ ହୋଇ ୩୦ରେ ସରିବାର ଥିଲା । ମାତ୍ର ଏବେ ଉକ୍ତ ତାରିଖରେ ପରିବର୍ତ୍ତନ କରାଯାଇଛି । ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ସଂଶୋଧିତ ପ୍ରୋଗ୍ରାମ ଚେକ୍ କରିପାରିବେ ।

ମେ ୨୬ ତାରିଖରେ ସାରା ଦେଶର ନିର୍ଦ୍ଧାରିତ କେନ୍ଦ୍ରମାନଙ୍କରେ ଜେଇଇ ଆଡଭାନ୍ସଡ ୨୦୨୪ର ଆୟୋଜନ କରାଯିବ । ଏହି ପରୀକ୍ଷାର ଦୁଇଟି ପେପର ରହିବ । ପ୍ରଥମ ପାଳିରେ ସକାଳ ୯ଟାରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପାଳିରେ ଦ୍ୱିପ୍ରହର ୨.୩୦ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ । ଲୋକସଭା ନିର୍ବାଚନର ପ୍ରଭାବ ଜେଇଇ ଆଡଭାନ୍ସ ଉପରେ ପଡ଼ିବ ନାହିଁ ବୋଲି ଆଇଆଇଟି ମାଡ୍ରାସ ପକ୍ଷରୁ ନିକଟରେ କୁହାଯାଇଥିଲା । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ପରୀକ୍ଷା ହେବ ।

Get real time updates directly on you device, subscribe now.