fbpx
BSKY
BJD MS SKY
BJD YOUTH SKY

ଭାରତ ସହ ପଙ୍ଗା ନେବା ମାଳଦ୍ୱୀପକୁ ପଡିଲା ମହଙ୍ଗା, ଏବେ ଭାରତରେ କରିବାକୁ ଯାଉଛି ଏପରି କାର୍ଯ୍ୟ

ନୂଆଦିଲ୍ଲୀ:ଚୀନ୍ କଥାରେ ପଡି ଭାରତ ସହ ପଙ୍ଗା ନେବା ମାଳଦ୍ୱୀପ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି । ପରିସ୍ଥିତି ଏପରି ହୋଇଛି କି ମାଳଦ୍ୱୀପରେ ଭାରତୀୟ ପର୍ଯ୍ୟଟକ ନ ପହଞ୍ଚିବା ଦ୍ୱାରା ଏହାର ଅର୍ଥବ୍ୟବସ୍ଥା ଉପରେ ବହୁତ ଖରାପ ପ୍ରଭାବ ପଡିଛି । ଏହି କାରଣରୁ ଏବେ ଆଣ୍ଠେଇ ପଡିଛି ମାଳଦ୍ୱୀପ ଓ ଭାରତୀୟ ସହରରେ ରୋଡ୍ ଶୋ’ ଆୟୋଜନ କରିବାକୁ ପ୍ଲାନିଂ କରିଛି ।
ଦୁଇ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ରାଜନୈତିକ ବାତାବରଣ କାରଣରୁ ମାଳଦ୍ୱୀପ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ଗୁଣରେ ହ୍ରାସ ପାଇଛି । ଏହି କାରଣରୁ ମାଳଦ୍ୱୀପର ଏକ ପ୍ରମୁଖ ପର୍ଯ୍ୟଟନ ସଂସ୍ଥା ଘୋଷଣା କରିଛି କି ଭାରତୀୟ ପର୍ଯ୍ୟଟକଙ୍କୁ ପୁଣି ଆକୃଷ୍ଟ କରିବା ପାଇଁ ଭାରତୀୟ ସହରରେ ରୋଡ୍ ଶୋ’ ଆୟୋଜିତ କରିବ ।

ଏକ ରିପୋର୍ଟ ଅନୁସାରେ ଏପ୍ରିଲ ୮ ତାରିଖରେ ମାଲେରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ସହ ଚର୍ଚ୍ଚା ପରେ ମାଳଦ୍ୱୀପ ଆସୋସିଏସନ ଅଫ୍ ଟ୍ରାଭେଲ୍ ଏଜେଣ୍ଟସ୍ ଆଣ୍ଡ ଟୁର୍ ଅପରେଟର୍ସ  ଭାରତୀୟ ସହରରେ ରୋଡ୍ ଶୋ’ ଆୟୋଜନ କରିବା ସହିତ ଯାତ୍ରା ଓ ପର୍ଯ୍ୟଟନ ସହଯୋଗ ବୃଦ୍ଧି ଯୋଜନା ବିଷୟରେ ଘୋଷଣା କରିଥିଲେ । ସଂଘ କହିଛି ମାଳଦ୍ୱୀପ ପର୍ଯ୍ୟଟନ ଲାଗି ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ବଜାର । ମାଳଦ୍ୱୀପକୁ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରୂପରେ ପ୍ରୋତ୍ସାହନ ଦେବା ଲାଗି ଭାରତର ପ୍ରମୁଖ ଟ୍ରାଭେଲ ସଂସ୍ଥା ଓ ଅଂଶୀଦାରଙ୍କ ସହ ବୁଝାମଣା କରିବାକୁ ବି ମାଳଦ୍ୱୀପ ପ୍ରସ୍ତୁତ ଅଛି ।

ମାଳଦ୍ୱୀପର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ୨୦୨୩ ମାଳଦ୍ୱୀପ ଗସ୍ତ କରିଥିବା ୧୭ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ମଧ୍ୟରୁ ଅଧିକାଂଶ(୨,୦୯,୧୯୮) କେବଳ ଭାରତୀୟ ଥିଲେ । ଏହା ପଛକୁ ଋଷ ଓ ଚୀନ୍ ଥିଲେ । ରାଜନୈତିକ ବିବାଦ କାରଣରୁ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୫ମ ସ୍ଥାନକୁ ଚାଲିଆସିଛି ।

Get real time updates directly on you device, subscribe now.