fbpx

ଗ୍ରାମ ସେବକ ପଦକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ

ଗ୍ରାମ ସେବକ ପଦକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟଭିଏଲଡବ୍ଲ୍ୟୁ (ଗ୍ରାମ ସେବକ)ଙ୍କୁ ସର୍ବନିମ୍ନ ପେନସନ ପ୍ରଦାନ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସରକାର ବନାମ ଜଣେ ବ୍ୟକ୍ତିଙ୍କ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ପଞ୍ଚାୟତ ସେକ୍ରେଟାରୀରୁ ଗ୍ରାମସେବକ ପଦକୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ପଞ୍ଚାୟତ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଗ୍ରାମସେବକ ପଦକୁ ପଦୋନ୍ନତି ଦେଇଥିଲେ । ଉକ୍ତ ଆଦେଶ ଆସିବା ପରେ କିଛି କର୍ମଚାରୀ ୩/୪ ବର୍ଷ ଗ୍ରାମସେବକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ଫଳରେ ସେମାନଙ୍କୁ ଗ୍ରାମସେବକ ହିସାବରେ କୌଣସି ଅବସରକାଳୀନ ପ୍ରାପ୍ୟ କିମ୍ବା ପେନସନ୍ ମିଳିନଥିଲା । ଏନେଇ ନିରଞ୍ଜନ ବିଶ୍ୱାଳଙ୍କ ସମେତ ୭୮୦ ଜଣ ଗ୍ରାମ ସେବ ସେତେବେଳେ ସ୍ୟାଟରେ ମାମଲା ରୁଜୁ କରିଥିଲେ । ଏହି ମାମଲାର ବିଚାର କରି ସ୍ୟାଟ ଆବେଦନକାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଉକ୍ତ ଆଦେଶ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟରେ ପହଞ୍ଚିଥିଲେ । ହାଇକୋର୍ଟ ମଧ୍ୟ ସ୍ୟାଟଙ୍କ ରାୟକୁ କାଏମ୍ ରଖିବା ସହ ଆବେଦନକାରୀଙ୍କୁ ସର୍ବନିମ୍ନ ପେନସନ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଉକ୍ତ ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ କାଏମ୍ ରଖିଥିଲେ ।

Get real time updates directly on you device, subscribe now.