ଭୁବନେଶ୍ବର: ସ୍କୁଲ ମିଶ୍ରଣ ମାମଲାରେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିରୁ କାଏମ ରଖିଲେ ହାଇକୋର୍ଟ । ଏଣିକି 20ରୁ କମ୍ ପିଲା ରହିଥିବା ସ୍କୁଲ ବନ୍ଦ ହେବ । ଉକ୍ତ ସ୍କୁଲକୁ ବନ୍ଦ କରାଯାଇ ପାଖରେ ଥିବା ସ୍କୁଲ ସହିତ ମିଶ୍ରଣ କରାଯିବ । ତେବେ ଏହାକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷ ଅଭିଯୋଗ ସେଲରେ ନିଜ ଅଭିଯୋଗ କରିପାରିବେ ଏବଂ ଏହା ଉପରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ପାଇଁ ହାଇକୋର୍ଟ କହିଛନ୍ତି ।
ପ୍ରକାଶଥାଉକି, ସ୍କୁଲରେ 20ରୁ କମ୍ ପିଲା ଥିଲେ ସ୍କୁଲ ମିଶ୍ରଣ ପାଇଁ 2020 ମସିହାରେ ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର । 2018 ଏନେଇ ଗାଇଡଲାଇନ ଜାରି କରାଯାଇଥିଲା । ଏହାକୁ 2021 ମସିହାରେ ହାଇକୋର୍ଟ ରଦ୍ଦ କରିଦେଇଥିଲେ । କିନ୍ତୁ ଏହାକୁ ବିରୋଧ କରି ରିଟ୍ ପିଟିସନ ଦାଖଲ କରିଥିଲେ ରାଜ୍ୟ ସରକାର । ଏହାପରେ ମଙ୍ଗଳବାର ଦିନ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ।