୮ ବର୍ଷ ପରେ ବାବୁମାନଙ୍କ ଗାଡ଼ି ଖର୍ଚ୍ଚ ବଢ଼େଇଲେ ସରକାର, ଫେବୃୟାରୀ ୧ରୁ ଲାଗୁ ହେବ ନୂଆ ନିୟମ
ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଁ ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି । ଆଇପିଏସ୍, ଆଏଏସ୍ ଅଫିସରଙ୍କ ଗାଡ଼ି ବାବଦ ଖର୍ଚ୍ଚ ୨୫୨୦ ଟଙ୍କାକୁ ବୃଦ୍ଧି ।
ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ବାବୁମାନଙ୍କ ଗାଡ଼ି ବାବଦ ଖର୍ଚ୍ଚ । ପାଖାପାଖି ୮ ବର୍ଷ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି ।
ବଢ଼ୁଥିବା ପେଟ୍ରୋଲ, ଡିଜେଲ ଦରକୁ ଆଖିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେକ୍ରେଟାରୀ, ଅତିରିକ୍ତ ସଚିବଙ୍କ ଗାଡ଼ି ଭଡ଼ା ବାବଦକୁ ୧୬୫୦ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ ୨୫୨୦ ଟଙ୍କାକୁ ବୃଦ୍ଧି ପାଇଛି ।
ଜିଲ୍ଲାପାଳ ଏବଂ ଏସପିଙ୍କର ମାସିକ ୧୧୨୦ ଟଙ୍କାରୁ ୧୬୮୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଘରୋଇ କାର୍ଯ୍ୟରେ ଯାତାୟାତ କରିବା ପାଇଁ ମାସକୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ରଖାଯାଇଛି । ଏଥିପାଇଁ ଖର୍ଚ୍ଚ ଟଙ୍କା ୨୫୨୦ ଟଙ୍କାରୁ ୩୭୮୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
୩୦୦ କିଲୋମିଟରରୁ ଅଧିକ ୫୦୦ କିଲୋମିଟର ଯାତାୟାତ ପାଇଁ ଥିବା ୪୨୦୦ ଟଙ୍କାକୁ ୬୩୦୦ ହଜାର ଟଙ୍କାକୁ ବ୍ୟୃଦ୍ଧି କରାଯାଇଛି ।
କଟକରରୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱରରୁ କଟକ ଯିବା ଆସିବା ପାଇଁ ଥିବା ୬୦୦୦ ଟଙ୍କାରେ ପରିବର୍ତ୍ତନ କରାଯାଇ ନାହିଁ । ଫେବୃୟାରୀ ୧ ତାରିଖରୁ ଏହି ନିୟମ ଲାଗୁ ହେବ ।