fbpx

ସକ୍ରିୟ ସଂକ୍ରମଣରେ ପ୍ରଥମ ସ୍ଥାନରେ ରହିଛି କର୍ଣ୍ଣାଟକ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନାର ତୃତୀୟ ଲହର । ଅବଶ୍ୟ ଏହି ଲହରରେ ରୋଗୀ ଗୁରୁତର ହେଉନଥିଲେ ବି ବଢ଼ିଛି ସଂକ୍ରମଣ । ଏହାରି ମଧ୍ୟରେ ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦେଶରେ ବର୍ତ୍ତମାନ ରହିଥିବା ଆକ୍ଟିଭ କେସ୍ ସଂପର୍କରେ ସୂଚନା ଦିଆଯାଇଛି ।

ମନ୍ତ୍ରାଳୟର ସୂଚନା ଅନୁଯାୟୀ, କୋଭିଡର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ଦେଶରେ ଏକାଦଶ ସ୍ଥ୍ାନରେ ରହିଛି ଓଡ଼ିଶା । ତେବେ କର୍ଣ୍ଣାଟକରେ ସର୍ବାଧିକ ୩ ଲକ୍ଷ ୫୭ ହଜାର ଆକ୍ଟିଭ କେସ୍ ରହିଛି । ମହାରାଷ୍ଟ୍ରରେ ଦ୍ୱିତୀୟ ସର୍ବାଧିକ ୩ ଲକ୍ଷ ୨ ହଜାର ଆକ୍ଟିଭ କେସ୍ । କେରଳ ୩ ଲକ୍ଷ ୧ ହଜାର, ତାମିଲନାଡୁ ୨ ଲକ୍ଷ ୧୩ ହଜାର ଆକ୍ଟିଭ କେସ୍ । ଗଜୁରାଟ ଓ ଆନ୍ଧ୍ରରେ ବି ଆକ୍ଟିଭ କେସ୍ ୧ ଲକ୍ଷ ଉପରେ ରହିଛି । ଗତ ୭ ଦିନ ମଧ୍ୟରେ ଉକ୍ତ ରାଜ୍ୟମାନଙ୍କରେ ବୃଦ୍ଧି ପାଇଛି ଆକ୍ଟିଭ କେସ୍ । ତେବେ ୟୁପି, ଓଡ଼ିଶା, ପଶ୍ଚିମବଙ୍ଗରେ ଗତ ସପ୍ତାହ ଅପେକ୍ଷା ଏବେ ସଂକ୍ରମଣ କମିଥିବା ନେଇ କହିଛି ମନ୍ତ୍ରାଳୟ । ୟୁପିରେ ୮୦ ହଜାର, ପଶ୍ଚିମବଙ୍ଗରେ ୬୭, ଓଡ଼ିଶାରେ ୬୪ ହଜାର ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.