ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ବଢିଥିବା ବେଳେ ଡଆଏ ରନ୍ ପାଇଁ ପ୍ରସ୍ତୁତ ହୋଇଛି ଓଡିଶା । ରାଜ୍ୟର ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଗ୍ୟାକ୍ସିନ ଦିଆଯିବ । କାଲିଠାରୁ ଓଡିଶାରେ କରୋନାର ଡ୍ରାଏ ରନ୍ ଚାଲିବ । ଡ୍ରାଏ ରନ୍ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ଏନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା ଦେଶର ୪ଟି ରାଜ୍ୟରେ ଡ୍ରାଏ ରନ୍ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ପଞ୍ଜାବ, ଆସାମ, ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶ ସାମିଲ ଅଛି । ଏହି ଡ୍ରାଏ ରନରେ ରାଜ୍ୟମାନେ ୨ଟି ସହରକୁ ଚିହ୍ନିତ କରିବେ । ଏହି ୨ ସହରରେ ଭ୍ୟାକ୍ସିନ ପଠାଯିବା, ମେଡିକାଲକୁ ଯିବା, ଲୋକଙ୍କୁ ଡାକିବା, ପରେ ଡୋଜ୍ ଦେବା ଆଦି ପ୍ରକ୍ରିୟାର ପାଳନ କରାଯିବ ।