fbpx

ଏଣିକି ୧୦ ଦିନ ଭିତରେ ମିଳିବ ଇନକମ୍ ଏବଂ ରେସିଡେଣ୍ଟ ସାର୍ଟିଫିକେଟ୍

ଭୁବନେଶ୍ୱର, ୬ା୪ (ଓଡିଶା ଭାସ୍କର) : ଏଣିକି ସଙ୍ଗେ ସଙ୍ଗେ ମିଳିବ ପ୍ରମାଣ ପତ୍ର । ବାସଗୃହଠାରୁ ଆରମ୍ଭ କରି ସମ୍ପତିର ପ୍ରମାଣ ପତ୍ର ପର୍ଯ୍ୟନ୍ତ ସବୁ କିଛି କମ୍ ଦିନ ବ୍ୟବଧାନରେ ଉପଲବ୍ଧ ହେବ । ଏନେଇ ଆଜି ସବୁ ଜିଲ୍ଲାପାଳଙ୍କୁ ପ୍ରମୁଖ ସଚିବ ଚିଠି ମାଧ୍ୟମରେ ସୁଚାଇଛନ୍ତି । ଆଗରୁ ଏହି ସବୁ ପ୍ରମାଣ ପତ୍ର ପାଇବାକୁ ଲୋକମାନଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା । ହେଲେ ଆଜି ଏହି ଅନେକ ଦିନର ବ୍ୟବଧାନକୁ କମ୍ କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତ ପ୍ରମୁଖ ସଚିିବ । ଏଣିକି ୧୦ ଦିନ ମଧ୍ୟରେ ବାସଗୃହ, ଆୟ ଏବଂ ସମ୍ପତିର ପ୍ରମାଣପତ୍ର ମିଳିବ । ସେହିଭଳି ୩୦ ଦିନ ବଦଳରେ ୧୫ ଦିନ ଭିତରେ ଜାତିଗତ ପ୍ରମାଣ ପତ୍ର ମିଳିବ । ଖାଲି ସେତିକି ନୁହେଁ ୩୦ ଦିନ ଭିତରେ ଉତ୍ତରାଧିକାରୀ ଏବଂ ଅଭିଭାବକ ପ୍ରମାଣପତ୍ର ଦିଆଯିବ ଏବଂ ସମସ୍ତ କ୍ଷେତ୍ରରେ କେବଳ ଗୋଟିଏ ଉତ୍ତରାଧିକାରୀ ପ୍ରମାଣ ପତ୍ର କାମ ଦେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପ୍ରମୁଖ ସଚିବ ।

Get real time updates directly on you device, subscribe now.