fbpx

Odisha Juggernauts Kho Kho ଚାମ୍ପିୟନ: ଫାଇନାଲରେ ତେଲୁଗୁ ଯୋଦ୍ଧାକୁ ହରାଇଲା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇତିହାସ ରଚିଲା ଓଡ଼ିଶା । ଫାଇନାଲରେ ତେଲୁଗୁ ଯୋଦ୍ଧାକୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଓଡ଼ିଶା ଜଗରନଟ୍ସ । ମହାରାଷ୍ଟ୍ରର ପୁଣେଠାରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ପ୍ରଥମ ସଂସ୍କାରଣରେ ଚାମ୍ପିୟନ ହୋଇଛି ଓଡ଼ିଶା ଜଗରନଟ୍ସ । ଓଡ଼ିଶା ତେଲୁଗୁକୁ ୪୬-୪୫ ପଏଣ୍ଟରେ ପରାସ୍ତ କରିଛି ।

ଏହାପୂର୍ବରୁ ଗତ ଦୁଇ ତାରିଖରେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଓଡ଼ିଶା ଜଗରନଟ୍ସ ଗୁଜରାଟ ଜାଏଣ୍ଟସକୁ ୫୭-୪୩ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଅଲ୍ଟିମେଟର ଖୋ ଖୋ ଲିଗର ପ୍ରଥମ ସଂସ୍କରଣରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବାରୁ ଓଡ଼ିଶା ଜଗରନଟ୍ସକୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଚ୍ଚ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ ଆଜି ଓଡ଼ିଶା କ୍ରୀଡ଼ାର ହବ୍ ପାଲଟିଛି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବହୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି । ଅଲିମ୍ପିକରେ ପଦକ ଜିତି ଜାତୀୟ ହକି ଦଳ ଓଡ଼ିଶା ପାଇଁ ଗର୍ବ ଆଣିଥିଲା । ରାଜ୍ୟ ସରକାର ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.