fbpx

ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ, ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଥିଲା ସ୍ଥଗିତ

Advertisement

ରାଜ୍ୟରେ ସ୍ଥଗିତ ଥିବା ସ୍ଥାନରେ ମେ ୨୭ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରାର୍ଥୀଙ୍କ ମୃତ୍ୟୁ ପରେ କିଛି ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହୋଇ ପାରି ନଥିଲା । ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ନିର୍ବାଚନ ପାଇଁ ଏପ୍ରିଲ ୨୬ ତାରିଖରେ ବିଦ୍ଧିବଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ।

ତେବେ ନିର୍ବାଚନ ହେବାକୁ ଥିବା ସ୍ଥାନ ମାନଙ୍କରେ ଆଜିଠୁ ମେ ୨୮ ତାରିଖ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ନିର୍ବାଚନ ପାଇଁ ପୁର୍ବରୁ ନାମାଙ୍କନ କରିଥିବା ପ୍ରାର୍ଥୀଙ୍କୁ ପୁଣିଥରେ ନାମାଙ୍କନ ଦାଖଲ କରିବାକୁ ପଡିବ ନାହିଁ । ରାଜ୍ୟରେ ୨୦୦ ଜିଲ୍ଲା ପରିଷଦ, ୧,୬୬୯ ସରପଞ୍ଚ, ୨୨,୩୭୯ ୱାର୍ଡ ମେମ୍ବର ପାଇଁ ପାଞ୍ଚୋଟି ପର୍ଯ୍ୟାୟରେ ଫେବୃଆରୀ ୧୬ରୁ ୨୪ ତାରିଖ ଯାଏଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.