ଆସନ୍ତାକାଲି ଓଡ଼ିଶା ବନ୍ଦ, କଂଗ୍ରେସ କର୍ମୀଙ୍କୁ ଜଗିବ ଡ୍ରୋନ୍

FM କଲେଜ୍ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ବନ୍ଦ।

ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସ କର୍ମୀଙ୍କ ଓଡ଼ିଶା ବନ୍ଦ ଡାକରା। FM କଲେଜ ଛାତ୍ରୀ ଆତ୍ମଦାହ ଘଟଣାକୁ ନେଇ ଉଠୁଛି ପଡୁଛି ରାଜନୀତି। ପିଡୀତା ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ।

ସେପଟେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ସମୟରେ ସେମାନଙ୍କ ଉପରେ ପୂରା ନଜର ରଖିବ ପୋଲିସ। ଏଥିପାଇଁ ପୋଲିସ ଫୋର୍ସ ଅଧିକ ମୁତୟନ ହେବେ।

ଡ୍ରୋନ୍ ଓ AI କ୍ୟାମେରାରେ ନଜର ରଖାଯିବ। ସବୁ ଛକ, ଅଫିସରେ ପୋଲିସ ମୁତୟନ ହେବେ। ହିଂସା ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିସନର ସୁରେଶ ଦେବଦତ୍ତ