ଆସନ୍ତା ୨ବର୍ଷ ଭିତରେ ଓଡ଼ିଶା ହେବ ଆଇଟି ହବ୍: ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
IT କ୍ଷେତ୍ରରେ ବଦଳିବାକୁ ଯାଉଛି ଓଡ଼ିଶାର ନକ୍ସା। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ସୂଚନା। ଆଗାମୀ ୨ବର୍ଷ ଭିତରେ ଓଡ଼ିଶା ହେବ ଆଇଟି ହବ୍।
ଓଡ଼ିଶା ଭାସ୍କର: ଆସନ୍ତା ୨ ବର୍ଷ ଭିତରେ ଓଡ଼ିଶା ହେବ ଆଇଟି ହବ୍ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ସୂଚନା । IT କ୍ଷେତ୍ରରେ ବଦଳିବାକୁ ଯାଉଛି ଓଡ଼ିଶାର ନକ୍ସା।
ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା, “ଆସନ୍ତା ୨ ବର୍ଷ ଭିତରେ ଓଡ଼ିଶା ହେବ ଆଇଟି ହବ୍ । ବିରାଟ ଆଇଟି, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ ଲର୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି ୪.୦ କ୍ଷେତ୍ର ପାଇଁ ଯୁବକ ଯୁବତୀ ମାନଙ୍କୁ ପାରଙ୍ଗମ କରାଯିବ ।
୨-୩ ମାସରେ ପଦକ୍ଷେପ: ଓଡ଼ିଶାକୁ ବିରାଟ ଆଇଟି ହବ୍ ରେ ପରିଣତ କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏ ନେଇ ଦୁଇ ତିନି ମାସ ଭିତରେ ପଦକ୍ଷେପ ନିଆଯିବ ।
ଓଡ଼ିଶାରେ ରେଳବାଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଗୋଟି ଗୋଟି କରି ପ୍ରକଳ୍ପ ଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।
ବିଜେପି ସରକାର ଆସିବା ପରେ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଥିଲା । ସେଥିରୁ କେତେ ଗୁଡିଏ ପ୍ରକଳ୍ପ କାମ ଆରମ୍ଭ ହୋଇଛି।
ଆଉ କିଛି ନୂଆ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଖୁବଶୀଘ୍ର ସେଗୁଡ଼ିକର ଡିପିଆର ପ୍ରସ୍ତୁତ କରାଯିବ ।”