fbpx
BJD
BJD SKY
BJD SKY

ଶୀତରେ ଥରିବ ଓଡ଼ିଶା: ପାଣିପାଗ ବିଭାଗର ସତର୍କ ସୂଚନା, ପଶ୍ଚିମ ଓଡ଼ିଶାରେ ଶୀତ ଲହରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକିଛି ଦିନ ହେବ ଲଘୁଚାପ ପ୍ରଭାବରେ ରାଜ୍ୟରେ ଶୀତ କମ୍ ଅନୁଭୂତ ହେଉଥିଲା । ରାଜ୍ୟର କିଛି ସ୍ଥାନରେ  ବର୍ଷା ମଧ୍ୟ ଜାରି ରହିଥିଲା ।  ତେବେ  ସୋମବାରରୁ ରାଜ୍ୟରେ ପୁଣି ଶୀତ ଲହରି ଆରମ୍ଭ ହେବ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବା ନେଇ ପୂର୍ବାନୁମାନ କରାଯାଇଛି ।

ପଶ୍ଚିମ ଓଡିଶାରେ ପ୍ରବଳ ଶୀତ ହେବ ବୋଲି ଆଶଙ୍କା କରାଯାଇଛି । ଝାରସୁଗୁଡା, ବରଗଡ, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଶୀତ ଲହରି ବଢିବ  । ଅନ୍ୟପଟେ ଆଜି  ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ କୁହୁଡି ଦେଖିବାକୁ ମିଳିଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ ୧୦.୮, କୋରାପୁଟ ୧୧.୪ ଓ ଝାରସୁଗୁଡାରେ ୧୧.୬ ଡିଗ୍ରୀ ରେକର୍ଡ ହୋଇଛି ।

Get real time updates directly on you device, subscribe now.