fbpx

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ; ରାଜୁକମାର ଶର୍ମା ହେଲେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ । ସଞ୍ଜୀବ ଚୋପ୍ରା ହେଲେ କୃଷି ଉତ୍ପାଦ ବିଭାଗର କମିଶନର । ଶ୍ରୀ ମଧୁସୂଦନ ମହାନ୍ତି ପାଢ଼ୀ ହେଲେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ।

ଶ୍ରୀ ସତ୍ୟବ୍ରତ ସାହୁଙ୍କୁ ମିଳିଲା ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ । ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କୁ ମିଳିଲା ଏମଏସଏମଇ ବିଭାଗର ଅତିରିକ୍ତ ଦାୟିତ୍ୱ । ଶ୍ରୀ ହେମନ୍ତ ଶର୍ମାଙ୍କୁ ମିଳିଲା ଇଡକୋର ଚେୟାରମ୍ୟାନ ଭାବରେ ଅତିରିକ୍ତ ଦାୟିତ୍ୱ । ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ ।

ସୁରେଶ କୁମାର ବଶିଷ୍ଠ ହେଲେ ସାଧାରଣ ପ୍ରଶାସନ ବିଭାଗର ଓଏସଡି । ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ବିଭାଗର କମିଶନର ଭାବରେ ଅତିରିକ୍ତ ଦାୟିତ୍ୱ । ଭୁପେନ୍ଦ୍ର ସିଂହ ପୁନିଆଙ୍କୁ ମିଳିଲା ଇଡକୋର ଏମଡି ଭାବରେ ଅତିରିକ୍ତ ଦାୟିତ୍ୱ ।

Get real time updates directly on you device, subscribe now.