fbpx

ଆପଣଙ୍କ ସାମାନ୍ୟ ଭୁଲ ଛୁଆ ପଇଁ ହୋଇପାରେ ଘାତକ: ପିତା ମାତା ସାବଧାନ

ନୂଆଦିଲ୍ଳୀ: ନିଜ ଛୁଆର ସୁରକ୍ଷା ପାଇଁ ବାପା-ମା ସର୍ବଦା ତତ୍ପର ରହିଥାନ୍ତି । ତେବେ ବେଳେ ସାମାନ୍ୟ ଭୁଲ ଛୁଆ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏମିତି ଏକାଧିକ ଉଦାହରଣ ରହିଛି ଯେଉଁଠି ପିତା ମାତାଙ୍କ ଭୁଲ କାରଣରୁ ଛୁଆର ଜୀବନହାନି ଘଟିଥାଏ । ଏମିତି ଏକ ଘଟଣା ନିକଟରେ ଗୁଜରାଟର ସୁରଟରେ ଦେଖିବାକୁ ମିଳିଛି । ବାପା-ମାଙ୍କ ସାମାନ୍ୟ ଅବହେଳା କାରଣରୁ ଜଣେ ୬ ବର୍ଷର ଶିଶୁ ପ୍ରାଣ ହରାଇଛି । ୬ବର୍ଷର ଶିଶୁଟି ଛାତ ଉପରେ ଗୁଡି ଉଡାଉଥିବା ବେଳେ ତଳକୁ ଖସି ପଡିଥିଲା । ଏହି ସମୟରେ ମାତା ପିତା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଛୁଆକୁ ଛାଡି ଯାଇଥିଲେ ।

୬ ବର୍ଷୀୟ ତନୟ ପଟେଲ ପ୍ରଥମ କ୍ଲାସରେ ପାଠ ପଢେ । ଗୁରୁବାର ତନୟ ନିଜ ୫ ମହଲା ଘରର ଛାତ ଉପରକୁ ଚଢି ଗୁଡି ଉଡାଉଥିଲା । ଗୁଡି ଉଡାଇବାରେ ତନୟ ଏତେ ମସଗୁଲ ଥିଲା କି ଗୋଡ ଖସିବା ସହିତ ତଳେ ପଡି ପ୍ରାଣ ହରାଇଥିଲା । ସ୍ଥାନୀୟ ଲୋକ ତନୟକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସା ସମୟରେ ହିଁ ତନୟର ପ୍ରାଣବାୟୁ ଉଡି ଯାଇଥିଲା । ନିଜ ମାତା ପିତାଙ୍କ ଠାରୁ ଲୁଚି ତନୟ ଗୁଡି ଉଡାଉଥିବା ବେଳେ ଏହି ଅଘଟଣ ଘଟିଥିବା ପୁଲିସର ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ।

ଏଠାରେ କହି ରଖିବାକୁ ଚାହିଁବୁ କି ଗୁଜରାଟରେ ପ୍ରତିବର୍ଷ ଏହି ଗୁଡି ଉଡା ଉତ୍ସବ ହେଉଥିବା ବେଳେ ଏହି କାରଣରୁ ବହୁତ ପ୍ରାଣହାନି ଘଟୁଛି । ଗୁଡିରେ ବ୍ୟବହୃତ ହେଉଥିବା ମାଞ୍ଜା ସୁତା କାରଣରୁ ବହୁତ ବଡ ଦୁର୍ଘଟଣା ମଧ୍ୟ ଘଟିଥାଏ । ଏପରିକି ସୁତା ହାଇ ଟେନସନ ତାରରେ ଲାଗିବା ମଧ୍ୟ ବିପଜ୍ଜନକ ହୋଇଥାଏ । ତନୟର ପିତା ହିରେନ ପଟେଲ ନବସାରୀ କୃଷି ବିଶ୍ୱ ବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ରହିଥିବା ବେଳେ ମା ଜଣେ ଗୃହିଣୀ ବୋଲି ଜଣାପଡିଛି ।

Get real time updates directly on you device, subscribe now.