fbpx

୨୦୨୨ ରେ କରୋନା ମହାମାରୀର ହେବ ଅନ୍ତ! ଜାଣନ୍ତୁ କ’ଣ କହିଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଡା. ଟେଡ୍ରସ ଅଧନୋମଙ୍କ କହିଛନ୍ତି ୨୦୨୨ କରୋନା ମହାମାରୀର ଶେଷ ବର୍ଷ ହୋଇପାରେ । କିନ୍ତୁ ଏଥିପାଇଁ ବିକଶିତ ଦେଶମାନଙ୍କୁ ନିଜର ଭାକ୍ସିନ୍ ଅନ୍ୟ ଦେଶମାନଙ୍କ ସହ ବାଣ୍ଟିବାକୁ ହେବ । କରୋନା ଭାଇରସ ଏହାର ତୃତୀୟ ବର୍ଷରେ ପ୍ରବେଶ କରିସାରିଛି ।

‘ହୁ’ ନିର୍ଦ୍ଦେଶକ କହିଛନ୍ତି ୨୦୨୨ ରେ କରୋନା ମହାମାରୀ ନିଶ୍ଚୟ ଦୂର ହେବ । କିନ୍ତୁ ଏଥିପାଇଁ ସବୁ ଦେଶଙ୍କୁ ସାମ୍ନାକୁ ଆସିବାକୁ ପଡ଼ିବ । ଭାକ୍ସିନର ଅସମାନତା ହିଁ ଓମିକ୍ରନ୍ ଭଳି ଭାରିଆଣ୍ଟ ବଢ଼ିବା ପରିସ୍ଥିତିକୁ ଉତ୍ପନ୍ନ କରିଛି । ଡା. ଟେଡ୍ରସ କହିଛନ୍ତି ଭାକ୍ସିନର ଅସମାନତା ଯେତେ ଅଧିକ ରହିବ ଭାଇରସ ସେତେ ଅଧିକ ବିକଶିତ ହେବ ।

ସେ କହିଛନ୍ତି ନୂଆ ତଥ୍ୟ ଅନୁଯାୟୀ ବିଶ୍ୱର ଅନେକ ଦେଶ ପଛୁଆ ରହିଯାଉଛନ୍ତି । ବୁରୁଣ୍ଡୀ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଚାଡ, ଏବଂ ହାଇତି ଭଳି ଦେଶରେ ସଂପୂର୍ଣ୍ଣ ଭାବରେ ଟିକାକରଣ ହୋଇପାରିନାହିଁ । ଏଠାରେ ସଂପୂର୍ଣ୍ଣ ଭାବରେ ଟିକାକରଣ ହୋଇଥିବା ଲୋକଙ୍କ ସଂଖ୍ୟା ଏକ ପ୍ରତିଶତରୁ ମଧ୍ୟ କମ୍ ରହିଛି । କିନ୍ତୁ ଅଧିକ ଆୟଥିବା ଦେଶମାନଙ୍କରେ ଏହି ସଂଖ୍ୟା ୭୦ ପ୍ରତିଶତରୁ ଅଧିକ ରହିଛି । ଏହି ଅସମାନତା ଠାରୁ ବଞ୍ଚିବାପରେ ହିଁ ଆମେ ଏକ ସ୍ୱାଭାବିକ ଜୀବନ ଫେରିବା ପାଇଁ ଆଶା କରିପାରିବା ବୋଲି କହିଛନ୍ତି ‘ହୁ’ ମୁଖ୍ୟ । ସେ କହିଛନ୍ତି ଯଦି ଆମେ ଅସମାନତାକୁ ଶେଷ କରିବା ତାହଲେ ଭାଇରସ ଶେଷ ହୋଇଯିବ ।

ଟେଡ୍ରସ ଆହୁରି କହିଛନ୍ତି କୋଭାଭାକ୍ସ, ‘ହୁ’ ଏବଂ ଆମର ସହଯୋଗୀ ବିଶ୍ୱରେ ଲୋକଙ୍କ ପାଇଁ ଭାକ୍ସିନ, ଟେଷ୍ଟ, ଚିକିତ୍ସାକୁ ସୁଲଭ କରିବା ପାଇଁ କାମ କରୁଛନ୍ତି । ଯାହା ସେମାନଙ୍କ ପାଇଁ ଜରୁରୀ । ସେ କହିଛନ୍ତି ଭାକ୍ସିନ ଯୋଗୁଁ ଅନେକଙ୍କ ଜୀବନ ରକ୍ଷା ହୋଇପାରିଛି । ଚିକିତ୍ସକଙ୍କ ପାଖରେ ଏବେ କୋଭିଡ-୧୯ ରକ୍ଷା ଏବଂ ଚିକିତ୍ସା ପାଇଁ ନୂଆ ଔଷଧ ଏବଂ ଉପକରଣ ରହିଛି । ଏହା ସହ ସେ କହିଛନ୍ତି ଭାକ୍ସିନ ନେଉଥିବା ବ୍ୟକ୍ତିଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ଅଧିକ ରହିଛି । ତେଣୁ ସେମାନଙ୍କୁ ତୁରନ୍ତ ଭାକ୍ସିନ ନେବା ଉଚିତ୍ ।

Get real time updates directly on you device, subscribe now.