fbpx
BSKY
BJD MC SKY
BJD YOUTH SKY

୧ ଟଙ୍କାରେ ମିଳୁଛି ଅଟା ଓ କାଜୁ: ୧୯ ଟଙ୍କାରୁ କମ ମୂଲ୍ୟରେ ମିଳୁଛି ଗ୍ରୋସରୀ, ଜାଣନ୍ତୁ କେଉଁଠି ଓ କଣ ରହିଛି ପ୍ରସେସ୍

ନୂଆଦିଲ୍ଲୀ: ପୂର୍ବରୁ ଆମେ ଦୋକାନରୁ ଜିନିଷ କିଣାକିଣି କରୁଥିବା ବେଳେ ବର୍ତ୍ତମାନ ସବୁ ଜିନିଷ ଅନଲାଇନରେ ଉପଲବ୍ଧ ହେଲାଣି । ଏପରିକି ଅନଲାଇନ ଶପିଂରେ ଭାରି ଡିସକାଉଣ୍ଟ ମଧ୍ୟ ମିଳୁଛି । ଯଦି ଆପଣଙ୍କୁ କୁହାଯାଏ ମାତ୍ର ୧ ଟଙ୍କାରେ କିଲେ ଅଟା ଆଉ ସମାନ ମୂଲ୍ୟରେ କାଜୁ ମିଳୁଛି ଏହା ଆପଣଙ୍କୁ ଅବିଶ୍ୱାସ ଲାଗିବ । ତେବେ ଏମିତି ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି ଫ୍ଲିପ୍କାର୍ଟ । ଫ୍ଲିପକାର୍ଟ ପକ୍ଷରୁ ମାତ୍ର ୧ ଟଙ୍କାରେ ୧ କିଗ୍ରା ଅଟା ଆଉ ୧ ଟଙ୍କାରେ ୮୦ ଗ୍ରାମର କାଜୁ ପ୍ୟାକେଟ ମିଳୁଛି । ଏହା ସହିତ ଏକାଧିକ ଗ୍ରୋସରୀ ସାମଗ୍ରୀର ମୂଲ୍ୟ ୧୯ ଟଙ୍କାରୁ କମ ରଖାଯାଇଛି ।

ଫ୍ଲିପକାର୍ଟର ଡିଲ୍ ଅଫ ଦ ଡେରେ ଏହି ସୁବିଧା ମିଳୁଛି । ୨ ଜାନୁୟାରୀ ୨୦୨୨ରେ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରାଯାଇଛି । ଅର୍ଡର କରିବା ପରେ ନିଜର ଆଡ୍ରେସ ପ୍ରଦାନ କରିବା ସହିତ ଆପଣ ୨-୩ ଦିନ ମଧ୍ୟରେ ଏହି ସାମଗ୍ରୀ ପାଇ ପାରିବେ । ତେବେ ଏହି ଗ୍ରୋସରୀ ସେକ୍ସନରେ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ପ୍ରଡକ୍ଟ ଉପରେ ଅଫର ରହିଥାଏ । ସେହିପରି ୧୯ ଟଙ୍କାର ଡିଲରେ ମଧୁବନ ପ୍ରିମିୟମ କିଶମିସ, ପାଇରାଗୋଲ୍ଡ ଇଟାଲିଆନ କ୍ରଞ୍ଚି କୁକିଜ୍ ଏବଂ ୪୦୦ ଗ୍ରାମର ଡ୍ୟୁକ କୁକିଜ୍ ଉପଲବ୍ଧ ହେଉଛି ।

Get real time updates directly on you device, subscribe now.