fbpx
BSKY
BJD MC SKY
BJD MS SKY

କୋଭିଡ୍ ନିୟମ ମାନୁନାହାନ୍ତି ଦିଲ୍ଲୀବାସୀ; ନୂଆବର୍ଷରେ ୯୯ ଲକ୍ଷ ଟଙ୍କା ଆଦାୟ ହେଲା ଫାଇନ୍ ଓ ଅନେକ ସଂଖ୍ୟାରେ ଗିରଫ

ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ନୂତନ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପୁଥିବା ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୧୫୨୫ ଓମିକ୍ରମ ମାମଲା ଚିହ୍ନଟ ହୋଇସାରିଲାଣି । ଖାସ୍ କରି ଦିଲ୍ଲୀରେ ୩୫୧ ଟି ମାମଲା ଚିହ୍ନଟ ହୋଇଛି । ଏହି ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ ଓ ତୃତୀୟ ଲହର ଆଣିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ତେବେ ନୂଆବର୍ଷ ଅବସରରେ ଦିଲ୍ଲୀରେ କୋଭିଡ୍ ନିୟମ ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ସତର୍କ ରହିବାକୁ କୁହାଯାଉଥିଲେ ସୁଦ୍ଧା ଲୋକମାନେ ନିୟମ ମାନିବାକୁ ନାରାଜ । ଏହି ପରିପ୍ରେକ୍ଷୀରେ ଜାନୁଆରୀ ୧ ତାରିଖରେ ନିୟମ ଉଲଂଘନକାରୀଙ୍କ ଠାରୁ ୯୯ ଲକ୍ଷ ଫାଇନ୍ ଆଦାୟ କରାଯାଇଛି । ଖାଲି ସେତିକି ନୁହେଁ ୬୬ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ବିଶେଷ କରି ଉତ୍ତର, ପୂର୍ବ ଓ ସେଣ୍ଟ୍ରାଲ୍୍ ଦିଲ୍ଲୀରେ ମାସ୍କ ନ ପିନ୍ଧିବା ଯୋଗୁଁ ଚାଲାଣ କଟାଯାଇଛି । ସୂଚନା ଯେ, ନୂଆଦିଲ୍ଲୀରେ ନୂଆବର୍ଷ ଅବସରରେ ୫ହଜାର ୮୫ କୋଭିଡ୍ ମାମଲା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.