Pahalgam Attack: ଅପରାହ୍ନରେ ଶ୍ରୀନଗରରୁ ଓଡ଼ିଶା ଅଭୁମୁଖେ ବାହାରିବ ପ୍ରଶାନ୍ତଙ୍କ ମୃତଦେହ, ରେମୁଣାରେ ଶୋକାକୂଳ ପରିବେଶ

ବାଲେଶ୍ୱର: ଆଜି ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ । ଅପରାହ୍ନରେ ଶ୍ରୀନଗରରୁ ୨ଟା ୩୫ମିନିଟରେ ଓଡ଼ିଶା ଅଭିମୁଖେ ବାହାରିବ ମୃତଦେହ ।

ଦିଲ୍ଲୀ ଦେଇ ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମରଶରୀର । ଭୁବନେଶ୍ୱରରୁ ପୁଣି ବାଲେଶ୍ୱର ସ୍ଥିତ ତାଙ୍କ ବାସଭବନକୁ ନିଆଯିବ ପ୍ରଶାନ୍ତଙ୍କ ମୃତଦେହ ।
ପ୍ରଶାନ୍ତଙ୍କ ମୃତୁ୍ୟକୁ ନେଇ ରେମୁଣା ସାରଗାାଁରେ ଶୋକାକୂଳ ପରିବେଶ ଖେଳିଯାଇଛି ।

ରେମୁଣା ବିଧାୟକ ପ୍ରଶାନ୍ତଙ୍କ ଘରେ ପହଞ୍ଚିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ସହଯୋଗ କରୁଥିବାବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗାଯୋଗରେ ଥିବା କହିଛନ୍ତି ।

ପ୍ରଶାନ୍ତଙ୍କ ମୃତହେବ ଘରକୁ ଆଣିବା ପାଇଁ ପରିବାର ପକ୍ଷରୁ ବନେ୍ଦାବସ୍ତ କରାଯାଇଛି ।  ପ୍ରଶାନ୍ତ ଗତ ୧୯ ତାରିଖ ଦିନ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବାକୁ ଯାଇଥିଲେ।

ଉଙ୍ଗଳବାର ଅପରାହ୍ନଣରେ ଜମ୍ମୁ-କଶ୍ମୀର ପହଲଗାମରେ ପର୍ଯ୍ୟଯକଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା । ଏଥିରେ ପ୍ରାୟ ୨୬ ଜଣ ପର୍ଯ୍ୟଟକଙ୍କ ମୃତୁ୍ୟ ଘଟିଛି ।