Big Breaking; ନୂଆ ଜିଲ୍ଲା ପାଇବନି ଓଡ଼ିଶା! ଜିଲ୍ଲା ଗଠନ ଘୋଷଣା ଉପରେ ଲାଗିଲା ଅଙ୍କୁଷ

କଟକ: ରାଜ୍ୟରେ ନୂଆ ଜିଲ୍ଲା ଗଠନ ଉପରେ ଅଙ୍କୁଷ ଲଗାଇଛନ୍ତି ମାନ୍ୟବର ହାଇକୋର୍ଟ । ରାଜ୍ୟ ସରକାରଙ୍କ ଏହି ଯୋଜନା ଏବେ ସ୍ୱପ୍ନରେ ରହିଯିବ ବୋଲି ମନେ ହେଉଛି । ଉଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମତିରେ ରାଜ୍ୟରେ ନୂଆ ଜିଲ୍ଲା ଗଠନ ହୋଇ ପାରିବ ନାହିଁ ବୋଲି ଘୋଷଣା କରାଯାଇଛି । ରାଜ୍ୟ ସରକାର ମଧ୍ୟ ନୂଆ ଜିଲ୍ଲା ଗଠନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରି ପାରିବେ ନାହିଁ । ରାଜ୍ୟରେ ଏକ ନୂଆ ଜିଲ୍ଲା ଗଠନ କରିବାକୁ ହେଲେ, ପ୍ରଥମେ ହାଇକୋର୍ଟଙ୍କ ଅନୁମତିର ଆବଶ୍ୟକ ରହିଛି । ଏହାପରେ ହିଁ ଜିଲ୍ଲା ଗଠନ ଉପରେ ବ୍ୟବସ୍ଥା କରାଯାଇ ପାରିବ । ତେବେ ରାଜ୍ୟ ସରକାରଙ୍କ ନୂଆ ଜିଲ୍ଲା ଗଠନ ଯୋଜନାରେ ବର୍ତ୍ତମାନ ଅଙ୍କୁଷ ଲାଗିଛି ।