fbpx

ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜ ଉଦଘାଟିତ; ଭିଡିଓ କନଫରେନସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଦୀର୍ଘ ଦିନର ଅପେକ୍ଷାର ଅନ୍ତ, ସମ୍ପୂର୍ଣ୍ଣ ହେଲା ଓଡ଼ିଶାର ସବୁଠାରୁ ଲମ୍ବା ‘ଯୋଡ଼ା’ ଫ୍ଲାଏଓଭର କାମ। କେନ୍ଦୁଝର ଜିଲ୍ଲା ଯୋଡ଼ାରେ ନିର୍ମାଣ ହୋଇଛି ଏହି ଦୀର୍ଘତମ ଫ୍ଲାଏ ଓଭରବ୍ରିଜ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଓଡ଼ିଶା ବ୍ରିଜ କନଷ୍ଟ୍ରକ୍ସସନ୍ କର୍ପୋରେସନ୍ (ଓବିସିସି) ନେଇଥିବା ବେଳେ ଗୁଜୁରାଟ ରାଜ୍ୟର ଚେଭରକ୍ସ ନାମକ ଠିକା ସଂସ୍ଥାକୁ ନିର୍ମାଣ କାର୍ଯ୍ୟ ପ୍ରଦାନ କରିଥିଲା । ୨୫୦ କୋଟି ବ୍ୟୟ ଅଟକଳରେ ୨.୯ କି.ମିର ଏହି ଦୀର୍ଘତମ ଫ୍ଲାଏଓଭର ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ତେସନ ଅର୍ଥ ମଞ୍ଜୁରୀରେ ୨୦୨୧ରେ ଆରମ୍ଭ ହୋଇ ୨୦୨୩ ସେପ୍ଟେମ୍ବର ମାସରେ ସମ୍ପୂର୍ଣ୍ଣ କରିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଏଥିରେ ବିଳମ୍ବ ହୋଇଥିଲା । ପରେ ଚଳିତ ମାର୍ଚ୍ଚ ମାସରେ ଏହାର ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ହୋଇଛି। ତେବେ ଫ୍ଲାଏ ଓଭରର ଚଉଡା ୧୨ ମିଟର ରହିଥିବା ବେଳେ ଭୂମିଠାରୁ ଏହାର ସର୍ବାଧିକ ଉଚ୍ଚତା ୬୦ ଫୁଟ ରହିଛି ।

Get real time updates directly on you device, subscribe now.