fbpx

ହେ ଭଗବାନ୍! ଅନ୍ତରୀକ୍ଷରୁ ଆସି ପୃଥିବୀ ଉପରେ ଫାଟିଲା ଉଲକାପିଣ୍ଡ: କ’ଣ କହିଲେ ବୈଜ୍ଞାନିକ?

ନୂଆଦିଲ୍ଲୀ: ଅଚାନକ ଏକ ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଛି । ଅନ୍ତରୀକ୍ଷରୁ ଏକ ବିଶାଳ ଆଷ୍ଟ୍ରଏଡ ଆସି ଏକ ଦେଶ ଉପରେ ଫାଟି ଯାଇଥିବା ଜାଣିବାକୁ ମିଳିଛି । ଗତ ଜାନୁୟାରୀ ୨୧ ତାରିଖରେ ଜର୍ମାନୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି । ଜର୍ମାନୀର ପୂର୍ବ ଅଞ୍ଚଳରେ ରବିବାର ସକାଳ ସମୟରେ ଏକ ଉଲକାପିଣ୍ଡ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିଛି । ସ୍ଥାନୀୟ ଲୋକେ ଏକ ଉଜ୍ଜ୍ୱଳ ବସ୍ତକୁ ଆକାଶରେ ଉଡ଼ୁଥିବାର ଦେଖି ଚକିତ ହୋଇ ଯାଇଥିଲେ । ଦେଖଣାହାରୀଙ୍କ କହିବା ଅନୁସାରେ, ଉଲକାପିଣ୍ଡର ଆକାର ପ୍ରାୟ ଏକ କାର ସଦୃଶ ରହିଥିଲା ।

ରିପୋର୍ଟ ଅନୁସାରେ, ଜର୍ମାନୀ ଆକାଶରେ ଲୋକମାନେ ଦେଖିଥିବା ଏହି ଉଲକାପିଣ୍ଡର ନାମ ହେଉଛି ୨୦୨୪ ବିଏକ୍ସ୧ । ଏହା ହଙ୍ଗେରୀର ଜ୍ୟେତିବିଜ୍ଞାନୀ କ୍ରିଷ୍ଟିଆନ୍ ସାର୍ଣ୍ଣେକଜକୀଙ୍କ ଦ୍ୱାରା ଖୋଜା ଯାଇଥିଲା । କୁହାଯାଉଛି ଯେ, କ୍ରିଷ୍ଟିଆନ୍ ଏହି ଘଟଣା ପୂର୍ବରୁ ଉଲକାପିଣ୍ଡକୁ ଅନେକ ସମୟ ପର୍ଯ୍ୟନ୍ତ ଟ୍ରାକ କରିଥିଲେ । ତେବେ ସୌଭାଗ୍ୟର ବିଷୟ ଯେ, ଏହା ପୃଥିବୀର ବାୟୁମଣ୍ଡଳ ଭିତରେ ପ୍ରବେଶ କରିବା ପୂର୍ବରୁ ବିଘଟିତ ହୋଇ ଯାଇଥିଲା । ପୃଥିକୀର କୌଣସି ଦେଶ ଏବଂ କୌଣସି ସ୍ଥାନରେ କିମ୍ବା ସମଗ୍ର ମାନବ ଜାତି ଉପରେ ଏହା କିଛି କ୍ଷତି କରି ପାରିନାହିଁ । ଏଭଳି ଘଟଣା ଦୁର୍ଲଭ ହୋଇଥିବା ବେଳେ ଏହା ବିଶ୍ୱବାସୀଙ୍କୁ ମନେ ପକାଇ ଦେଇଛି ଯେ, ପୃଥିବୀକୁ ଆଜି ମଧ୍ୟ ଅନ୍ତରୀକ୍ଷ ପ୍ରତି ବିପଦ ଲାଗି ରହିଛି ।

ଜ୍ୟେତିବିଜ୍ଞାନୀ ଲଗାତାର ଭାବରେ ସମ୍ଭାବ୍ୟ ବିପଦ ଉପରେ ନଜର ରଖିଛନ୍ତି ଏବଂ କୌଣସି ଉଲକାପିଣ୍ଡ ପୃଥିବୀ ପାଇଁ କ୍ଷତି ପହଞ୍ଚାଇବା ପୂର୍ବରୁ ଏ ନେଇ ସୂଚନା ଦେଉଛନ୍ତି । ତେବେ ଇତିହାସରେ ଅଷ୍ଟମ ଥର ପାଇଁ କୌଣସି ଉଲକାପିଣ୍ଡକୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପୂର୍ବରୁ ଦେଖାଯାଇଛି । ଏହା ଜ୍ୟେତିବିଜ୍ଞାନୀଙ୍କ ଜ୍ଞାନକୌଶଳ ଲଗାତାର ସୁନ୍ଦର ହେଉଥିବା ଦର୍ଶାଇଛି । ବର୍ତ୍ତମାନ ଅନ୍ତରୀକ୍ଷରୁ ଆସୁଥିା ଯେ କୌଣସି ବିପଦକୁ ଜ୍ୟେତିବିଜ୍ଞାନୀମାନେ ଯଥେଷ୍ଟ ସମୟ ପୂର୍ବରୁ ଟ୍ରାକ କରି ପାରିବେ ।

Get real time updates directly on you device, subscribe now.