fbpx

OSSC ନିଯୁକ୍ତି: ଆସିଷ୍ଟାଣ୍ଟ କଞ୍ଜରଭେଟର ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗତ ଡିସେମ୍ବର ମାସ ୩୦ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସିଷ୍ଟାଣ୍ଟ କଞ୍ଜରଭେଟର ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଜାନୁଆରୀ ମାସ ୨୦ ତାରିଖରୁ ଫେବୃଆରୀ ୨୦ ମଧ୍ୟରେ ଅନଲାଇନ୍ ଆବେଦନ, ଫେବୃଆରୀ ୨୨ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ସବମିସନ ଓ ଫେବୃଆରୀ ୨୪ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ସଂଶୋଧନ କରିବା ନେଇ ପୂର୍ବରୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା ।

ମାତ୍ର ଗତ ୨୦ ତାରିଖରେ ଦୁଇ ପଦର ଅନଲାଇନ୍ ଆବେଦନ ତାରିଖ ବୃଦ୍ଧି ଘୋଷଣା କରାଯାଇଥିଲା ଏହା ମଧ୍ୟରେ ମିଳିତ ସ୍ନାତକୋତ୍ତର ସ୍ତରୀୟ ନିଯୁକ୍ତି ପରୀକ୍ଷା ସ୍ପେଶାଲିଷ୍ଟ ପଦ / ସେବା- ୨୦୨୩ର ଅନଲାଇନ୍ ରେଜିଷ୍ଟ୍ରେସନ ଜାନୁଆରୀ ୨୨ରୁ ଆରମ୍ଭ ହୋଇସାରିଥିବା ବେଳେ ତାହା ଫେବୃଆରୀ ୨୧ରେ ସରିବ । ସେହିପରି ଫେବୃଆରୀ ୨୪ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ସବମିସନ୍ ଓ ଫେବୃଆରୀ ୨୬ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ସଂଶୋଧନ କରାଯିବ ।

ସୂଚନାଯୋଗ୍ୟ ଯେ, ଏହି ନିଯୁକ୍ତି ପାଇଁ ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଆସିଷ୍ଟାଣ୍ଟ କଞ୍ଜରଭେଟର ପ୍ରାର୍ଥୀଙ୍କୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରେ ଓ ରିସଚ୍ଚ ଆସିଷ୍ଟାଣ୍ଟ ପ୍ରାର୍ଥୀଙ୍କୁ ରାଜ୍ୟ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନିଯୁକ୍ତି ଦିଆଯିବ ।

ୟୁଆର, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଏସସି, ଏସଟି ପ୍ରାର୍ଥୀଙ୍କ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ଓଡ଼ିଆ ଭାଷାରେ କହିବା, ଲେଖିବା ଓ ପଢ଼ିବା ଜାଣିଥିବେ । ଆସିଷ୍ଟାଣ୍ଟ କଞ୍ଜରଭେଟର ପଦ ପାଇଁ ପ୍ରାର୍ଥୀ କେମିଷ୍ଟ୍ରି / କଞ୍ଜରଭେସନ / ଫାଇନ୍ ଆର୍ଟ୍ସରେ ମାଷ୍ଟର ଡିଗ୍ରୀ କରିବା ସହିତ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଜାଣିଥିବେ । ସେହିପରି ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଆନଥ୍ରୋପୋଲୋଜି, ଟ୍ରାଇବାଲ ଷ୍ଟଡିଜ, ସୋସିଆଲ ୱାର୍କ, ଆପ୍ଲାଏଡ ଇକୋନୋମିକ୍ସ ଆଦି ବିଷୟରେ ମାଷ୍ଟର ଡିଗ୍ରୀ ସହିତ ୫୫ ପ୍ରତିଶତ ମାର୍କ ରଖିଥିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://www.ossc.gov.in/Public/Pages/Instruction_For_Candidate.aspx?u=n

Get real time updates directly on you device, subscribe now.