fbpx

OSSC ପକ୍ଷରୁ ଅନଲାଇନ୍ ଆବେଦନ ଆରମ୍ଭ: ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦରେ ଦିଆଯିବ ନିଯୁକ୍ତି

ନିକଟରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରେ ଜାନୁଆରୀ ୧୬ରୁ ଅନଲାଇନ ରେଜିଷ୍ଟ୍ରେସନ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ଆରମ୍ଭ ନେଇ ଉଲ୍ଲେଖ ରହିଥିଲା । ସେହିପରି ଅନଲାଇନ ରେଜିଷ୍ଟ୍ରେସନ ପାଇଁ ଫେବୃଆରୀ ୧୫ ତାରିଖ, ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ପାଇଁ ଫେବୃଆରୀ ୧୮, ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପାଇଁ ଫେବୃଆରୀ ୨୦ ଅନ୍ତିମ ତାରିଖ ରହିଥିଲା ।

ତେବେ ପରବର୍ତ୍ତୀ ସମୟରେ ଏହି ଦୁଇ ପଦର ଅନଲାଇନ୍ ଆବେଦନ ତାରିଖ ବଦଳିଥିଲା । ଜାନୁଆରୀ ୨୨ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଅନଲାଇନ୍ ରେଜିଷ୍ଟ୍ରସନ ପାଇଁ ଅନ୍ତିମ ତାରିଖ ଫେବୃଆରୀ ୨୨, ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ପାଇଁ ଅନ୍ତିମ ତାରିଖ ଫେବୃଆରୀ ୨୪ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପାଇଁ ଅନ୍ତିମ ତାରିଖ ଫେବୃଆରୀ ୨୬ ରହିଛି ।

ଅନ୍ୟ ସମସ୍ତ ନିୟମ ପୂର୍ବ ବିଜ୍ଞପ୍ତି ମୁତାବକ ଅପରିବର୍ତ୍ତିତ ରହିବ । ୨୦୨୩ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଜୁନିୟର ଏନଫୋର୍ସମେଣ୍ଟ ଅଫିସର ପଦ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯେ କୌଣସି ଷ୍ଟ୍ରିମରେ ବ୍ୟାଚେଲର ଡିଗ୍ରୀ ରହିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର କମ୍ପ୍ୟୁଟର ଜ୍ଞାନ ରହିଥିବ । ସେହିପରି ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ କଳା / ବିଜ୍ଞାନ / ବାଣିଜ୍ୟରେ ସ୍ନାତକ ପାସ କରିବା ସହିତ କମ୍ପ୍ୟୁଟର ଦକ୍ଷତା ରହିଥିବା ଆବଶ୍ୟକ ।

ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା, କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଓ ଡକ୍ୟୁମେଣ୍ଟ ଯାଞ୍ଚ ଏଭଳି ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଆସନ୍ତା ଫେବୃଆରୀ- ଏପ୍ରିଲ ମଧ୍ୟରେ ପ୍ରିଲିମିନାରୀ ପରୀକ୍ଷା ହୋଇପାରେ । ପରୀକ୍ଷା ତାରିଖ, ସମୟ ଓ ଭେନ୍ୟୁ ବାବଦରେ ପ୍ରାର୍ଥୀଙ୍କୁ ନୋଟିସ୍ / ଆଡମିଶନ ଲେଟର ମାଧ୍ୟମରେ ସୂଚିତ କରାଇ ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://www.ossc.gov.in/Public/Pages/Instruction_For_Candidate.aspx?u=n

Get real time updates directly on you device, subscribe now.