fbpx
BSKY SKY
BSKY SKY

ନୂଆ ରେକର୍ଡ କଲା ରାମ ମନ୍ଦିର: ପ୍ରଥମ ଦିନରେ ରାମଲଲାଙ୍କୁ ଦର୍ଶନ କଲେ ୫ ଲକ୍ଷ ଭକ୍ତ

BSKY

ନୂଆଦିଲ୍ଲୀ: ଜାନୁଆରୀ ମାସ ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ହେବା ପରେ ଭକ୍ତଙ୍କ ପାଇଁ ରାମ ମନ୍ଦିର ଖୋଲା ଯାଇଥିଲା । ଏପରି ସ୍ଥିତିରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷାରତ ଥିବା ଲକ୍ଷାଧିକ ରାମଭକ୍ତ ରାମଲଲାଙ୍କୁ ଦର୍ଶନ କରିଥିଲେ । ତେବେ ପ୍ରଥମ ଦିନରେ ରାମ ମନ୍ଦିରରେ ପାଖାପାଖି ୫ ଲକ୍ଷ ଭକ୍ତ ରାମଲଲାଙ୍କ ଦର୍ଶନ କରିଛନ୍ତି । ଉତ୍ତରପ୍ରଦେଶ ସରକାଙ୍କ ତରଫରୁ ଏନେଇ ଏକ ସୂଚନା ଜାରି କରାଯାଇଛି ।

ପ୍ରଥମ ଦିନରେ ଅଯୋଧ୍ୟାରେ ୫ ଲକ୍ଷ ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ସନ୍ଧ୍ୟା ସୁଦ୍ଧା ୫ ଲକ୍ଷ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରିଛନ୍ତି । ସକାଳୁ ଦର୍ଶନ କରିବାକୁ ଯାଇଥିବା ଭକ୍ତଙ୍କୁ ନେଇ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଲକ୍ଷାଧିକ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବହୁ ମୁସ୍କିଲର ସାମ୍ନା କରିବାକୁ ପଡ଼ିବାକୁ ପଡ଼ିଥିଲା । ସେଥିପାଇଁ ଆଇଜି ରେଞ୍ଜ ଅଯୋଧ୍ୟା ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ ଅପିଲ କରିଥିଲେ ।

ଅଯୋଧ୍ୟାରେ ପ୍ରବଳ ଭିଡ଼ ହୋଇଥିବା ବେଳେ ସକାଳୁ ଖବର ସାମ୍ନାକୁ ଆସିଥିଲା । ସେଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଦାୟିତ୍ୱ ତୁଲାଇଥିଲେ । ସେ ସଙ୍ଗେସଙ୍ଗେ ଅଧିକାରୀଙ୍କୁ ଫୋନ କରି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସ୍ଥିତି ନ ସୁଧୁରିବାରୁ ଦ୍ୱିପ୍ରହର ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଅଯୋଧ୍ୟାରେ ପହଞ୍ଚି ଯାଇଥିଲେ । ଘଟଣାସ୍ଥଳରେ ପଞ୍ଚସ୍ତରୀୟ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଡଲା ଧର୍ମଶାଳା ଠାରୁ ଆରମ୍ଭ କରି ରାମଲଲାଙ୍କ ମନ୍ଦିର ପର୍ଯ୍ୟ୍ତ ବ୍ଲକ କରିଦିଆଯାଇଛି । ସୀମିତ ସଂଖ୍ୟକ ଲୋକଙ୍କୁ ମନ୍ଦିର ଭିତରକୁ ଛଡ଼ା ଯାଉଛି ।

Get real time updates directly on you device, subscribe now.