fbpx
BSKY SKY
BSKY SKY

ଗୋପ ମାଟି ତଳେ ରହିଛି ତୈଳ ଭଣ୍ଡାର, ଜମି କିଣିଲା ଅଏଲ ଇଣ୍ଡିଆ

BSKY

ପୁରୀ(ଓଡ଼ିଶା ଭାସ୍କର): ଚାଷ ଜମିରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ପରେ ଏବେ ଜମି ମାଲିକଙ୍କୁ ଦିଆଯାଇଛି କ୍ଷତିପୂରଣ । ପୁରୀ ଜିଲ୍ଲା ଗୋପ ବ୍ଲକର ୩୭ ଜଣ ଜମି ମାଲିକଙ୍କୁ ଏହି କ୍ଷତିପୂରଣ ଦିଆଯାଇଛି । ଜମି ମାଲିକମାନଙ୍କୁ ୧୦ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତବର୍ଷ ଗୋପ ଅଞ୍ଚଳରେ ଦୁଇଟି ସ୍ଥାନରେ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ମିଳିଥିଲା । ଯାହାପରେ ସନ୍ଧାନ ପାଇଁ ଏହି ଜମିରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ଏବେ ଏହି ଅଞ୍ଚଳରେ ତୈଳ ଓ ପ୍ରାକୃତିକ ଗ୍ୟାସ ଥିବା ନେଇ ସ୍ପଷ୍ଟ ହେବା ପରେ ଆଜି ପ୍ରଥମ ପର୍ଯ୍ୟାୟରେ କୁସୁପୁର ମୌଜାର ୩୭ ଜଣ ଜମି ମାଲିକଙ୍କୁ କ୍ଷତିପୂରଣ ଦିଆଯାଇଛି । ତେବେ ତୈଳର ସନ୍ଧାନ ମିଳିବାପରେ ଉକ୍ତ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି । ତୈଳ ଖନନ ହେବା ପରେ ବ୍ୟାପକ ନିଯୁକ୍ତି ହେବା ସହ ଯୁବକ ଯୁବତୀ ଆତ୍ମ ନିର୍ଭର ହୋଇପାରିବେ ବୋଲି ଆଶା କରାଯାଉଛି ।

ସେପଟେ ଖୁବ ଶୀଘ୍ର ଚିହ୍ନଟ ହୋଇଥିବା ଜମିରେ ଖନନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଅଏଲ ଇଣ୍ଡିଆ ଅଧିକାରୀ ବି ଏନ ସାହୁ ସୂଚନା ଦେଇଛନ୍ତି  ।  ତେବେ ପୁରୀ ଜିଲ୍ଲାରେ ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ, ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ଓ ଓଡ଼ିଶା ଅର୍ଥନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ ।

ଉଲ୍ଲେଖଯୋଗ୍ୟ, ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଗତବର୍ଷ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେ କରାଯାଇଥିଲା । ଓଡ଼ିଶାର  ୫ ଟି ବ୍ଲକର ୩ ହଜାର ବର୍ଗ କିମି ସର୍ଭେ ପରେ ଗୋପ ବ୍ଲକ ଅଞ୍ଚଳର ୨ ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ବେଳେ କୁସୁପୁର ଠାରେ ଖନନ କାର୍ଯ୍ୟ ଲାଗି ଚାଷୀଙ୍କୁ ଚିହ୍ନଟ କରି ସୋମବାର ୩୭ ଜଣ ଚାଷୀଙ୍କୁ ପାଖାପାଖି ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.