fbpx

ଆସନ୍ତାକାଲି ପ୍ରକାଶ ପାଇବ OJEE ୨୦୨୨ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଧବାର ପ୍ରକାଶ ପାଇବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିନେସନ(ଓଜେଇଇ) ୨୦୨୨ ରେଜଲ୍ଟ । ଆସନ୍ତାକାଲି ୧୧:୩୦ ରେ ପ୍ରକାଶ ପାଇବ ଫଳାଫଳ ।

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଆସନ୍ତାକାଲି ଫଳାଫଳ ଘୋଷଣା କରିବେ । ଫଳାଫଳ ଘୋଷଣା ପରେ ପରୀକ୍ଷାର୍ଥୀ ଓଜେଇଇ ର ଅଫିସିଆଲ ୱେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ ।

ସୂଚନାଯୋଗ୍ୟ, ଜୁଲାଇ ୪ ତାରଖରୁ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଲାଟେରାଲ ଏଣ୍ଟ୍ରିରୁ ବିଟେକ୍ ପାଇଁ ୨୦ହଜାର ୧୬୮ ଜଣ ଛାତ୍ର ଆବେଦନ କରିଥିବାବେଳେ ବି ଫାର୍ମା ପାଇଁ ୧୨ହଜାର ୨୨୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେହିପରି ଏମବିଏ ପାଇଁ ୧୦ ହଜାର ବିଦ୍ୟାର୍ଥୀ ଆବେଦନ କରିଥିଲେ ।

ଚଳିତ ବର୍ଷ ଓଜେଇଇ ପରୀକ୍ଷା ପାଇଁ ୬୧ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା ।

Get real time updates directly on you device, subscribe now.